ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାଧେଇବା ପାଇଁ ଯାଇ ପୋଖରୀରେ ବୁଡି ମୃତ ।

ଗଞ୍ଜାମ / ହିଞ୍ଜିଳିକାଟୁ, 24/05/2026, ଉତ୍କଳ voice news - utkalvoicenews.com ୨୨/୦୫/୨୬ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକର ବେଲଗାଁ ଥାନା ଅନ୍ତର୍ଗତ ଭାବନ୍ଧ ଗ୍ରାମରେ ଘଟିଛି ଅଘଟଣ ।
Article Image
ପାଗଳବାବା ଆଶ୍ରମ ଛକର ରାସ୍ତାକଡରେ ଥିବା ପୋଖରୀରେ ବୁଡି ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ସୁଚନାଅନୁଯାଇ ରମେଶ ବେହେରା ତାଙ୍କ ବୟସ ୬୨ ବେଳେ ସମୟ ପ୍ରାୟ ସାଢ଼େ ୧୨ଘଣ୍ଟ ସମୟରେ ନିକଟସ୍ଥ ଗାଧେଇବା ପାଇଁ ଯାଇ ଫେରି ନଥିଲେ । କିଛି ସମୟ ପରେ ସେହି ଗ୍ରାମର ଜଣେ ବ୍ୟକ୍ତି ପାଗଳବାବା ଆଶ୍ରମ ନିକଟରେ ଥିବା ପୋଖରୀରେ ଜଣେ ବ୍ଯକ୍ତିଙ୍କ ଶରୀର ଭାସୁଥିବା ଦେଖି ଛକଠାରେ ଥିବା ଅନ୍ୟ ଲୋକଙ୍କୁ ଜଣାଇଥିଲେ । ଛକଠାରେ ଥିବା ସ୍ଥାନୀୟ ଲୋକ ବେଲଗାଁ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ପୋଖରୀରେ ବୁଡ଼ି ଯାଇଥିବା ଲୋକଟିକୁ ଉଦ୍ଧାର ନେଇ ଭାବନ୍ଧ ଗ୍ରାମର ପୋଖରୀରେ ପହଞ୍ଚିଥିଲେ । ଭାଗ୍ୟର ବିଡମ୍ବନା ଯେ ପୋଖରୀକୁ ଯିବା ସମୟରେ କେହି ମଧ୍ୟ ଜାଣି ପାରିନଥିଲେ । ବ୍ରହ୍ମପୁର ଠାରୁ ତରାତାରିଣୀ ମୁଖ୍ୟ ରାସ୍ତା ବେଳେ ବହୁ ବିଳମ୍ବରେ ରାସ୍ତା କଡରେ ଥିବା ପୋଖରୀରେ ଗୋଟିଏ ଶରୀର ଭାସୁଥିବା ଏବଂ ଉକ୍ତ ପୋଖରୀରେ ଅଳ୍ପ ପାଣି ଥିବା ଜଣାପଡିଛି । ମୃତ ଦେହଟି ରମେଶ ବେହେରାଙ୍କ ବୋଲି ଗ୍ରାମବାସୀମାନେ ବେଲଗାଁ ପୋଲିସକୁ କହିଛନ୍ତି ।ପୋଲିସ ଓ ଅଗ୍ନିଶମ ବିଭାଗ ରମେଶ ବେହେରାଙ୍କ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ବ୍ରହ୍ମପୁର ପଠାଇଥିବା ନେଇ ବେଲଗାଁ ପୋଲିସର ସୁଚନା ମିଳିଛି । ତେବେ ଅସହାୟ ଗ୍ରୀଷ୍ମ ତାପ ଯୋଗୁଁ ଉକ୍ତ ପୋଖରୀକୁ ଗାଧେଇବା ପାଇଁ ଯିବା ବେଳେ ପାହାଚରେ ଗୋଡ ଖସିଯିବା ଜଣାପଡିଥିବା ବେଳେ ରମେଶ ବେହେରାଙ୍କ ଶରୀରର ଅତିରିକ୍ତ ମୋଟା ହୋଇଥିବାରୁ ପାହାଚରେ ଗୋଡ ଖସିଯାଇ ପୋଖରୀ ପାଣିରେ ବୁଡି ଯାଇଥିବା ନେଇ ଘଟଣା ସ୍ଥଳରେ ଥିବା ଗ୍ରାମବାସୀଙ୍କ ପାଖରୁ ଶୁଣିବାରେ ମିଳୁଛି ।
8