ତିର୍ତ୍ତୋଲ, 24/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା - 22/05/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନଗର ତରଫରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଏହି ସମାରୋହରେ ଶତାଧିକ 10th ଓ +2 ରେ କୃତୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଛି । ବିଶେଷ କରି ଚଳିତ ବର୍ଷ ଯୁକ୍ତ ଦୁଇ (+2) ପରୀକ୍ଷାରେ ଜିଲ୍ଲା ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଟପରମାନଙ୍କୁ ଏହି ଅବସରରେ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ଯ କ୍ରମରେ ରାଜ୍ୟ SFD ସହ ସହସଂଯୋଜକ ,ଜିଲ୍ଲା ସଂଯୋଜକ ଛାତ୍ର ନେତା ସତ୍ୟପ୍ରକାଶ ମହାନ୍ତି। ମୁଖ୍ୟ ଅତିଥି ଡକ୍ଟର ସୁଜାତା ଓତା। ମୁଖ୍ୟ ବକ୍ତା କଟକ ବିଭାଗ ସଂଗଠନ ମନ୍ତ୍ରୀ ଦେବାଶିଷ୍ ଦାସ ।ସନ୍ନାମାନିତ ଅତିଥି AVBP join ସେକ୍ରେଟେରି ତୁଳସୀ ମଲ୍ଲିକ୍। ଅଧ୍ୟାପକ ଶୁଭେନ୍ଦୁ ମଉଳି ନନ୍ଦ । ଓ ସଭା ପରିଚାଳାନା କରିଥିଲେ ଅଭିନାଶ ଲେଙ୍କା । ଓ ସହଯୋଗ କରିଥିଲେ ସମ୍ବିତି ଦାସ , ଉମାଶଙ୍କର ରାଉଳ, କସ୍ତୁରି ଓ କରିସ୍ମା। ଛାତ୍ର ନେତା ସତ୍ୟପ୍ରକାଶ ମହାନ୍ତି କହିଛନ୍ତି ଯେ ବିଦ୍ୟାର୍ଥୀ ମାନେ ବିବେକା ନନ୍ଦଙ୍କ ଜୀବନ ଶୈଳୀ କୁ ଗ୍ରହଣ କରନ୍ତୁ। ଡକ୍ଟର ଓତା କହିଛନ୍ତି ଯେ ବିଦ୍ୟା ମଣିଷ କୁ ନମ୍ରତା ଶିଖାଏ। ନମ୍ରତା ହିଁ ଜଣେ ଛାତ୍ରର ପରିଚୟ। ଦେବାଶିଷ୍ ଦାସ କହିଛନ୍ତି ଯେ ଶୁଙ୍ଖଳିତ ନାଗରିକ ନିର୍ମାଣ କରେ। ସର୍ବ ଶେଷରେ ଅଭିନାଶ ଲେଙ୍କା ଧନ୍ୟବାଦ୍ ଗ୍ରାର୍ପଣ କରିଛନ୍ତି।