ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଡି.ଏ.ଭି. ପବ୍ଲିକ ସ୍କୁଲ ସମ୍ମୁଖରେ ଶିକ୍ଷା ସ୍ଥାପତ୍ୟ ଉଦଘାଟିତ l

ପାରାଦୀପ ଗଡ , 25/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା: ୨୪.୦୫.୨୦୨୬ ରିଖ:
Article Image
କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ପାରାଦୀପ ଗଡ ରେ ଥିବା ଡି.ଏ.ଭି. ପବ୍ଲିକ ସ୍କୁଲ ସମ୍ମୁଖରେ ଶିକ୍ଷା ସମ୍ବନ୍ଧୀୟ ଏକ "ଶିକ୍ଷା ସ୍ଥାପତ୍ୟ" ଉଦ୍ଘାଟିତ ହୋଇଯାଇଛି l "ବାଳିକା ପଢ଼ିବେ ବାଳିକା ବଢ଼ିବେ" ସ୍ଲୋଗାନ କୁ ଦୃଷ୍ଟିରେ ରଖି ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଏପରି ଏକ ଅଭିନବ ପରିକଳ୍ପନା କରିଥିଲେ l ଆଜି ଏକ ସ୍ଵତନ୍ତ୍ର ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ ଉକ୍ତ ଶିକ୍ଷା ସ୍ଥାପତ୍ୟ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ୱାର୍ଡ଼ ସଭ୍ୟା ଶ୍ରୀମତୀ ଗୋଲାପି ସାମଲ, ୱାର୍ଡ଼ ସଭ୍ୟ ସନାତନ ମାଝୀ, ଅଲେଖ ମହାରଥା, ରମେଶ ବେହେରା, ସତ୍ୟାନନ୍ଦ ରାଉତ, ରମେଶ ମହାନ୍ତି, ଉଲ୍ଲାସ ମହାରଥା, ଶୁଭ ସ୍ମିତା ମଙ୍ଗରାଜ, ତନ୍ମୟ ମଲ୍ଲିକ, ପ୍ରମୁଖ ଯୋଗଦେଇ ଥିଲେ l ସରପଞ୍ଚ ଙ୍କ ଏପରି ଉଚ୍ଚ ମାନର ଚିନ୍ତାଧାରା ପାଇଁ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି l
Article Image
Article Image
Article Image
5