ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜେଏସ୍ଡବ୍ଲୁ ଫାଟକ ନୂଆଗାଁରେ ଅଧିକାର ପାଇଁ ଧାରଣା ଦ୍ୱିତୀୟ ଦିନରେ।

ଏରସମା, 25/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ଅଧିନ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍ଡବ୍ଲୁ କମ୍ପାନୀ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରାୟ ଦେଖିବାକୁ ମିଳୁଛି।ଗତ କାଲି ଠାରୁ ନୂଆଗାଁ ବାଲିସାହି ପଡା ଲୋକେ ଜେଏସ୍ଡବ୍ଲୁର ୭ ନଂ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦେଇଛନ୍ତି।ଜଙ୍ଗଲ କମିଟି ପଇସା,ନିଯୁକ୍ତି ପ୍ରସଙ୍ଗ ଓ ଅନ୍ୟାନ୍ୟ ସମସ୍ୟା ନେଇ ସେମାନେ ଗତ କାଲି ଠାରୁ ଦୁଇ ଦିନ ହେବ ପ୍ରଚଣ୍ଡ ରୁଦ୍ର ତାପ ସତ୍ତ୍ୱେ ଧାରଣା ଜାରି ରଖିଛନ୍ତି।ବାଲିସାହି ଜଙ୍ଗଲ କମିଟିର ଦାୟିତ୍ୱରେ ଥିବା କମିଟି ମୂଖ୍ୟ ମେମ୍ବରଙ୍କୁ ହିସାବ ମାଗିଲେ ସିଧା ଧମକ ଦେଉଥିବା ଆମେ ହିସାବ ଦେବୁନି କଣ କରିବା କଥା କର ନେଇ ଅଭିଯୋଗ ହୋଇଛି।ଗତ ଦୁଇ ମାସ ପୂର୍ବରୁ ଜିଲ୍ଲା ଏସ୍ପିଙ୍କୁ ପଡାର ସର୍ବସାଧାଣଙ୍କ ପକ୍ଷରୁ ଅଭିଯୋଗ କରିଥିଲେ, ଜେଏସଡବ୍ଲୁର କତୃପକ୍ଷ ସମାଧାନ କରିବାକୁ କହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନାହିଁ।ତେଣୁ ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନି ସେପର୍ୟନ୍ତ ଧାରଣା ଜାରି ରହିବ ବୋଲି ସୂଚନା ମିଳିଛି।ସୂଚନା ଥାଉ କି ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଜେଏସଡବ୍ଲୁ ପରିସରକୁ ଶୁଭ ଦେବା ଅବସରରେ ଆସିବାର ଖବର ମିଳୁଛି,କିନ୍ତୁ କମ୍ପାନୀ ନେଇ ଏବେବି ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ହୋଇ ନଥିବା ଢିଙ୍କିଆରୁ ଭୁବନେଶ୍ୱର ପଦଯାତ୍ରା ହେଉ କି ନୂଆଗାଁ ଫାଟକ ନିକଟରେ ଧାରଣା ହେଉ ତାହା ସ୍ପଷ୍ଟ ବାରି ହେଉଛି।ତେଣୁ ଏସବୁର ସମାଧାନ ନ ହୋଇକି ମୁଖ୍ୟମନ୍ତ୍ରୀ ଆସିବା କାର୍ଯ୍ୟକ୍ରମରେ ବିରୋଧଭାଷ ହେବାର ଆଶଙ୍କା ପ୍ରକାଶ ପାଇଛି।
6