ଏରସମା, 25/05/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡହରିଶପୂର୍ ଅଞ୍ଚଳରେ ଚୋରା ମଦ ବେପାର ଥମିବାର ନା ଧରୁନି।
ଗତ ତିନି ଚାରିଦିନ ତଳେ ପ୍ରଚୁର ପରିମାଣର ମଦ ପୋଲିସ ଜବତ କରିଥିଲା।ଆପଣ ମାନେ ଦେଖିଥିବେ ଝାଂଶୀରାଣୀ ସଂଗଠନର ମହିଳାମାନେ କିପରି ପୋଖରୀ ଭିତରୁ ଓ କୁଟା ଗଦା ଭିତରୁ ଲୁଚା ଯାଇଥିବା ଚୋରା ମଦ କିପରି ବାହର କରୁଥିଲେ।ଯେତେବେଳେ ପୋଲିସ ପହଁଚିବା ଖବର ଶୁଣି ଆସାମୀ ହରିପଦ ତୋଳା ନାମକ ବ୍ୟକ୍ତି ଫେରାର ହୋଇଯାଇଥିଲା। ସେହି ହରିପଦ ତୋଳା ର ମଦ କୁ ପାପରା ମାଈତି ଓ ଶିବୁ ତୋଳା ଏହି ଦୁହେଁ କନକ ଜାନା ଙ୍କ ବାରିରେ ଲୁଚେଇ ଥିଲା। ନିଜ ଘରେ ନ ରଖିକି ଅନ୍ୟ ଲୋକଙ୍କ ବାରିରେ ଲୁଚେଇକି ବେପାର କରୁଚି।ଝାଂଶୀରାଣୀ ସଂଗଠନର ମହିଳାମାନେ ସେ ମଦ ସବୁକୁ ଜବତ କରି ଏରସମା ପୋଲିସ କୁ ଜଣାଇଥିଲେ। ଏରସମା ଥାନାର ଆଇ ଆଇ ସି ଶ୍ରୀଯୁକ୍ତ ପାର୍ଥ ପ୍ରତିମ୍ ବେଉରାଙ୍କ ନେତୃତ୍ୱ ରେ ଏସ ଆଇ (SI) ପ୍ରମୋଦ କୁମାର ରାୟ ଏକ ଟିମ୍ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ।କନକ ଜାନା ଙ୍କ ପୁଅ ପରିମଳ ଜାନା କୁ ପଚରା ପଚରି କଲାରୁ.. SI ଙ୍କ ସହ ଯୁକ୍ତିତର୍କ କରିଥିଲେ।ପରିମଳ ଜାନା ସେ ମଧ୍ୟ୍ୟ ହରିପଦ ତୋଳା ଙ୍କ ସହିତ ସାମିଲ ଅଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି।ଆଉ ଜଣେ ଚୋରା ବେପାରୀ କାଠ ମିସ୍ତ୍ରୀ ଅରବିନ୍ଦ ସାସମଲ. ତାଙ୍କ ବାଡିରେ ମା ମାନେ ଛାନ ବିନ କରିବାକୁ ଗଲାରୁ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ବୋଲି ମହିଳା ମାନେ ପ୍ରକାଶ କରୁଛନ୍ତି।

ପୋଲିସ ଜବତ ହୋଇଥିବା ମଦକୁ ଥାନାକୁ ଆଣିଥିଲେ ।