ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦଶମରେ କମ୍ ମାର୍କ, ପ୍ଲସ ଟୁ ରେ ରେକର୍ଡ! ରାହାମା ITCT ର ମାର୍ଗଦର୍ଶନରେ ଚମକିଲେ ଗ୍ରାମାଞ୍ଚଳ ପ୍ରତିଭା

ରାହାମା, 25/05/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଜଗନ୍ନାଥ ପ୍ରସାଦ ସାହୁ ) :
Article Image
ଜଗତସିଂହପୁର ଜିଲ୍ଲା ରାହାମାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ITCT ସାଇନ୍ସ ପଏଣ୍ଟ ଏବଂ ଆର୍ଟସ ପଏଣ୍ଟ ପକ୍ଷରୁ ଚଳିତ ବର୍ଷ CHSE (ଉଚ୍ଚ ମାଧ୍ୟମିକ) ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସଫଳ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁଷ୍ଠାନର ରେଜଲ୍ଟ ଅତ୍ୟନ୍ତ ଚମତ୍କାର ହୋଇଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ମଣ୍ଡଳୀଙ୍କ ମଧ୍ୟରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମରେ ଗତ ୧୫ ବର୍ଷ ଧରି ରାହାମା ITCT କମ୍ପ୍ୟୁଟର ପଏଣ୍ଟ, ସାଇନ୍ସ ଏବଂ ଆର୍ଟସ ପଏଣ୍ଟକୁ ସଫଳତାର ସହ ପରିଚାଳନା କରିଆସୁଥିବା ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାକେଶ କୁମାର ବାରିକ ସଭାପତିତ୍ୱ କରିଥିଲେ। ପରୀକ୍ଷାରେ 60% ରୁ ଅଧିକ ମାର୍କ ରଖି ଜଗତସିଂହପୁର ଜିଲ୍ଲା ତଥା ITCT ଅନୁଷ୍ଠାନର ସୁନାମ ଆଣିଥିବା ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିଜ୍ଞାନ ଓ କଳା ବିଭାଗରେ ସଫଳତାର ଶୀର୍ଷ: ଅନୁଷ୍ଠାନର ବିଜ୍ଞାନ ବିଭାଗ (Science Point) ରେ ଚିନ୍ମୟୀ ବାରିକ ୪୬୦ ମାର୍କ (ଦଶମ ଶ୍ରେଣୀରେ ୩୯୮ ମାର୍କ), ସ୍ୱପ୍ନା ତରାଇ ୪୫୧ ମାର୍କ (ଦଶମ ଶ୍ରେଣୀରେ ୩୪୧ ମାର୍କ) ଏବଂ ଏସ୍.ଆର୍. ରାହୁଲ ସ୍ୱାଇଁ ୪୪୬ ମାର୍କ (ଦଶମ ଶ୍ରେଣୀରେ ୩୯୫ ମାର୍କ) ରଖି ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି। ସେହିପରି ରାଜଲକ୍ଷ୍ମୀ ରାଉତ ଦଶମ ଶ୍ରେଣୀରେ ୩୨୨ ମାର୍କ ରଖିଥିବା ବେଳେ ITCT ସାଇନ୍ସ ପଏଣ୍ଟରେ ପଢ଼ି ଚଳିତ ପରୀକ୍ଷାରେ ୪୧୨ ମାର୍କ ଏବଂ ସ୍ମୃତି ରେଖା ପଳେଇ ଦଶମ ଶ୍ରେଣୀର ୨୮୨ ମାର୍କ ତୁଳନାରେ ପ୍ଲସ ଟୁ ବିଜ୍ଞାନରେ ୪୧୪ ମାର୍କ ରଖି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଅପରପକ୍ଷରେ କଳା ବିଭାଗ (Arts Point) ରେ ରାଜଶ୍ରୀ ବେହେରା ୫୧୫ ମାର୍କ, ସୋନାଲି ପ୍ରଧାନ ୫୧୪ ମାର୍କ ଏବଂ ଲକ୍ଷ୍ମୀପ୍ରିୟା ସାହୁ ୪୮୮ ମାର୍କ ରଖି ଅନୁଷ୍ଠାନର ଗୌରବ ବଢ଼ାଇଛନ୍ତି।ଦଶମରେ କମ୍ ମାର୍କ ଥିବା ପିଲାଙ୍କ ଚମତ୍କାର ପ୍ରଦର୍ଶନ: ଚଳିତ ବର୍ଷ ଅନୁଷ୍ଠାନର ସବୁଠାରୁ ବଡ଼ ସଫଳତା ହେଉଛି ଯେ, ପ୍ରାୟ ୩୨ ଜଣରୁ ଅଧିକ ଛାତ୍ରଛାତ୍ରୀ ଯେଉଁମାନଙ୍କର ଦଶମ ଶ୍ରେଣୀରେ କମ୍ ମାର୍କ ଥିଲା, ସେମାନେ ITCT ସାଇନ୍ସ ପଏଣ୍ଟରେ ନିଷ୍ଠାର ସହ ପଢ଼ିବା ଦ୍ୱାରା ଚଳିତ ବର୍ଷ ପ୍ଲସ ଟୁ ବିଜ୍ଞାନରେ ୪୦୦ ରୁ ଊର୍ଦ୍ଧ୍ୱ ମାର୍କ ରଖି ସମସ୍ତଙ୍କୁ ଚକିତ କରିଛନ୍ତି। ସେହିପରି ଆର୍ଟସ ପଏଣ୍ଟରେ ପଢ଼ୁଥିବା ଅନେକ ପିଲା ମଧ୍ୟ ଦଶମ ଶ୍ରେଣୀରେ କମ୍ ମାର୍କ ରଖିଥିଲେ ହେଁ ଅନୁଷ୍ଠାନର ସଠିକ୍ ମାର୍ଗଦର୍ଶନ ଯୋଗୁଁ ଚଳିତ ପରୀକ୍ଷାରେ ଅତି ଚମତ୍କାର ମାର୍କ ରଖି ସଫଳ ହୋଇଛନ୍ତି।ଗୁରୁଜନମାନଙ୍କ ମାର୍ଗଦର୍ଶନ ଓ ସମ୍ବର୍ଦ୍ଧନା ସଭା: ଏହି ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ପ୍ରେରଣାଦାୟୀ ଅଧ୍ୟାପକ ପ୍ରଦ୍ୟୁମ୍ନ ମିଶ୍ର (ଜୀବବିଜ୍ଞାନ), ସନ୍ତୋଷ ଖୁଣ୍ଟିଆ (ଇଂରାଜୀ), ଡ଼. କ୍ଷୀରୋଦ କୁମାର ଓଝା (ରସାୟନ ବିଜ୍ଞାନ), ବୈଷ୍ଣବ ପାଣି (ଗଣିତ) ଏବଂ କମ୍ପ୍ୟୁଟର ଶିକ୍ଷକ ଲାବଣ୍ୟ ସାହୁ ଉପସ୍ଥିତ ରହି ପିଲାମାନଙ୍କୁ କ୍ୟାରିୟର ଓ ଶୃଙ୍ଖଳିତ ଜୀବନ ଗଠନ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆକାଶ ସାର୍, ସୀତା ମାଡାମ, ରାକ୍ଷୀ ମାଡାମ, ଜଗନ୍ନାଥ ସାର୍, ହିମାଂଶୁ ପଳେଇ, ପ୍ରଶାନ୍ତ ସାହୁ, ଶିବପ୍ରସାଦ କୁଆଁର, ରାକେଶ ମହାନ୍ତି ଏବଂ ରାଜେଶ ବେହେରା ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଶପଥ ପାଠ ଓ ସମାପ୍ତି: ଅନୁଷ୍ଠାନ ସହିତ ଦୀର୍ଘ ୧୫ ବର୍ଷ ଧରି ନିରନ୍ତର ସହଯୋଗ କରିଆସୁଥିବା ଏବଂ ଅନୁଷ୍ଠାନ ପ୍ରତି ଅତୁଳନୀୟ ଅବଦାନ ରଖିଥିବା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସ୍ୱାଇଁ ସଭା ଶେଷରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକ ଗଣ-ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ ମାଧ୍ୟମରେ ପିଲାମାନେ ଆଗାମୀ ଦିନରେ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ସମାଜ ସେବା ଦିଗରେ ନିଜକୁ ନିୟୋଜିତ କରିବା ପାଇଁ ସଂକଳ୍ପ ନେଇଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବାରିକ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ସଭା ସାଙ୍ଗ କରିଥିଲେ।
11