ରାହାମା, 25/05/2026, ଉତ୍କଳ voice news - utkalvoicenews.com( ରାହାମାରୁ ଜଗନ୍ନାଥ ପ୍ରସାଦ ସାହୁ ) : ତା - 23/05/2026

୨୫/୫ ୨୦୨୩ ମସିହାରେ ସଂସଦ ରେ ପାରିତ ହୋଇଥିବା ନାରୀ ବନ୍ଦନ ଅଧିନିୟମ କୁ କାର୍ଯ୍ୟକାରୀ କରିବା ଓ ନାରୀ ନିର୍ଯ୍ୟାତନା ବନ୍ଦ ଦାବିରେ ରବିବାର ସନ୍ଧ୍ୟାରେ କୁଜଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ରାହାମା ଠାରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ନେତା ଶ୍ରୀକାନ୍ତ ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ମଶାଲ ଶୋଭାଯାତ୍ରା ରେ ପାରାଦୀପ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନିରଞ୍ଜନ ନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ ଯୋଗଦେଇ ସଂସଦ ରେ ପାରିତ ହୋଇଥିବା ନାରୀ ବନ୍ଦନ ଅଧିନିୟମ କୁ କେନ୍ଦ୍ର ର ଭାଜପା ସରକାର କାର୍ଯ୍ୟକାରୀ ନକରି ପୁନର୍ବାର ମହିଳା ସଂରକ୍ଷଣ ବିଲ ଆଗତ କରିବାର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ର ଭାଜପା ସରକାର ୨୦୨୩ ମସିହା ସେପ୍ଟେମ୍ବର ମାସ ୨୦ ତାରିଖ ରେ ଲୋକସଭା ରେ , ୨୧ ତାରିଖ ରେ ରାଜ୍ୟସଭା ରେ ନାରୀ ବନ୍ଦନ ଅଧିନିୟମ ପାରିତ ହେବା ପରେ ସେହି ମାସ ୨୮ ତାରିଖ ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା । ତାକୁ କାର୍ଯ୍ୟକାରୀ କରିବାରେ ଟାଳ ଟୁଳ ନୀତି ଅବଲମ୍ବନ କଲେ । କିନ୍ତୁ ୨୦୨୬ ମସିହା ଏପ୍ରିଲ ୧୬ ତାରିଖ ରେ ଉକ୍ତ ବିଲ କୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ପୁନର୍ବାର ମହିଳା ସଂରକ୍ଷଣ ବିଲ ଆଳ ରେ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ ଆଣିଲେ ଯେଉଁଥିରେ କି ସୀମା ନିର୍ଦ୍ଧାରଣ , ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ଓ ମହିଳା ସଂରକ୍ଷଣ ବିଷୟରେ ଉଲ୍ଲେଖ ଥିଲା । ଯେଉଁଠି କେତେ ସଂଖ୍ୟାର ନିର୍ବାଚନ ମଣ୍ଡଳୀ ହେବ , ଜନ ଗଣନା ହୋଇନଥିବା ବେଳେ ଜନ ସଂଖ୍ୟା କେତେ ତାହା ସ୍ପଷ୍ଟ ହୋଇନଥିବା ବେଳେ , କେଉଁ ଆଧାରରେ ବିଲ ଆଗତ କଲେ ତାହା ଅନ୍ଧାରରେ ବାଡ଼ି ବୁଲାଇବା ଭଳି । ତେଣୁ ମହିଳା ମାନଙ୍କ ପ୍ରତି ଯଦି ସରକାରଙ୍କର ସାମାନ୍ୟତମ ସମ୍ମାନ ଥାଏ ତେବେ ସରକାର ୨୦୨୩ ନାରୀ ବନ୍ଦନ ଅଧିନିୟମ ଅନୁସାରେ ଲୋକସଭା ଓ ବିଧାନ ସଭା ରେ ମହିଳା ମାନଙ୍କ ପାଇଁ ଶତକଡା ୩୩ ଭାଗ ସ୍ଥାନ ସଂରକ୍ଷଣ କରିବାକୁ ଦାବି କରିଥିଲେ । ରାଜ୍ୟରେ ଦିନ କୁ ଦିନ ନାରୀ ନିର୍ଯ୍ୟାତନା ଅସହ୍ୟ ହୋଇ ପଡ଼ିଲାଣି । ସରକାର ଆଇନ ଶୃଙ୍ଖଳା ସମ୍ଭାଳିବା ରେ ବିଫଳ । ବାଲି , ମାଟି ଓ ତେଲ ଚୋରିରେ ଲିପ୍ତ ।ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଥିଲେ। ଆଜିର ମଶାଲ ଶୋଭାଯାତ୍ରା ମହାଦେବ ମଣ୍ଡପ ନିକଟରୁ ବାହାରି ବଜାର ପରିକ୍ରମା କରି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚି ସେଠାରେ ପ୍ରତିବାଦ ସଭା କରିଥିଲେ । ଆଜିର ଶୋଭାଯାତ୍ରା ରେ ନୀହାର ରଞ୍ଜନ ଦାସ , ଚନ୍ଦ୍ରଶେଖର ଶତପଥୀ , ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ସୌମ୍ୟ ରଂଜନ ରାଉତ , ନାରୀ ନେତ୍ରୀ ପାଙ୍କଜିନି ସ୍ୱାଇଁ , ସନ୍ଧ୍ୟାରାଣି ସେନାପତି , ଟିକିନା ମହାପାତ୍ର ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇଥିଲେ।
