ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୋଳିଆ ସାହିରେ ସୁନାମୀ ମକଡ୍ରିଲ

ଏରସମା, 25/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ଗଡ଼କୁଜଙ୍ଗ ପଂଚାୟତ ନୋଳିଆସାହି ଠାରେ ଓସଡମା ,ଜିଲ୍ଲା ପ୍ରଶାସନ ଓ ଏରସମା ବ୍ଲକ ପ୍ରଶାସନ ସହାୟତାରେ ନୋଳିଆସାହି ଗ୍ରାମରେ ସୁନାମୀ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀଣୀ ଅନିଶା ଦାସ ଯୋଗଦେଇ ସୁନାମୀ ବିଷୟରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଗ୍ରାମବାସୀ ଓ ଟାସ୍କ ଫୋର୍ସ ସ୍ବେଛାସେବୀ ମାନଙ୍କର ଦାଇତ୍ୱ ଓ ଭୂମିକା ଉପରେ ଆଲୋକ ପାତ କରିଥିଲେ। ଏଥିରେ ଏରସମା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଜନ ସାଧାରଣଙ୍କୁ ବିଭିନ୍ନ ପ୍ରକାର ଉଦ୍ଧାର କାର୍ଯ୍ୟ କ୍ରମ ଉପରେ ଅଭ୍ୟାସ ପ୍ରଦର୍ଶନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଗଡ଼କୁଜଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କବିତା ଦାସ ପରିଚାଳନା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ନୋଡାଲ ଏନ୍ଜିଓ ନବଜ୍ୟୋତି କ୍ଲୁବ ର ସମ୍ପାଦକ ଖିରୋଦ ଦାଶ ଅତିଥି ପରିଚାଳନା ସହ ମକଡ୍ରିଲ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଗଡ଼କୁଜଙ୍ଗ ପଂଚାୟତର ନାଏବ ସରପଞ୍ଚ ଵାପିନା ବେହେରା. ଏଡିଓ ସଚିତ୍ରା ମହାନ୍ତି ,ସ୍କୁଲ ଶିକ୍ଷକ, ଆଶା, ଅଙ୍ଗନବାଡି କର୍ମୀ, ସିଆରପି, ଏମବିକେ ,ନବଜ୍ୟୋତି କ୍ଲବର ସ୍ବେଛାସେବୀ ବଟ କୃଷ୍ଣ ସାହୁ, ବିଜୟ ମଲିକ, ପ୍ରକାଶ ସ୍ୱାଇଁ, ସଂଗ୍ରାମ ପାଳ, ସହଯୋଗ କରିଥିଲେ. ଏହି ପରି ନବଜ୍ୟୋତି କ୍ଲବ ଦ୍ୱାରା ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ, ଗୋବିନ୍ଦପୁର ରାଜସ୍ବ ଗ୍ରାମରେ ସରକାରଙ୍କର ସୁନାମୀ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି, ଉକ୍ତ କାର୍ଯ୍ୟକ୍ରମକୁ ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ସହ ପଂଚାୟତ ଅଧିକାରୀ ମନୋଜ ସ୍ୱାଇଁ ପରିଚାଳନା କରିଥିଲେ।
Article Image
9