ଏରସମା, 25/05/2026, ଉତ୍କଳ voice news - utkalvoicenews.com*( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :*

ବି.ଜେ.ପି ସରକାରଙ୍କ ମନମୁଖୀ ଶାସନ ଓ ୨୦୨୩ ମସିହାରେ ସଂସଦରେ ପାରିତ ହୋଇଥୁବା ୩୩% ମହିଳା ସଂରକ୍ଷଣ ଆଇନ୍କୁ ତୁରନ୍ତ ଲାଗୁ କରିବା ଦାବିରେ ଏବଂ ବାରମ୍ବାର ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣା ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଜାତୀୟ କଂଗ୍ରେସ ତରଫରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ଉକ୍ତ ମଶାଲ ଯାତ୍ରା ରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଶହ ଶହ ମହିଳା ଓ ପୁରୁଷ ହାତରେ ମଶାଲ ଧରି ଏରସମା ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଏରସମା ବଜାର ପରିକ୍ରମା କରିଥିଲେ।ଉକ୍ତ ମଶାଲ ଶୋଭାଯାତ୍ରାରେ ଏରସମା ବ୍ଲକ କଂଗେସ କମିଟିର ସଭାପତି ଶ୍ରୀଯୁକ୍ତ ପିନାକୀନାରାୟଣ ଦାସ, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର କଂଗେସ ନେତା ଇଂ. ନଳିନୀ କୁମାର ସ୍ଵାଇଁ,ସମାଜ ସେବୀ ତଥା ଜଗତସିଂହପୁର ଜିଲ୍ଲା କଂଗ୍ରେସ ଉପ ସଭାପତି ଶ୍ରୀଯୁକ୍ତ ଧ୍ଵୋଜରାଜ ଖଣ୍ଡୁଆଳ, କୋଷାଧ୍ୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଏରସମା ବ୍ଲକ କଂଗ୍ରେସ ସେବାଦଳ ଅଧକ୍ଷ ରବୀନ୍ଦ୍ର ମୁଦୁଲି, ଏରସମା ବ୍ଲକ କଂଗ୍ରେସ ଉପ ସଭାପତି ସୁଧାକର ଖଟୁଆ,KC Pur ପଞ୍ଚାୟତ ସଭାପତି ସୁବୋଧ ଜେନା,ଢ଼ିଙ୍କିଆ ପଞ୍ଚାୟତ ସଭାପତି ତୁଷାର ଗୋଚ୍ଛାୟତ,ଯୁବ ନେତା ସ୍ଵାଧୀନ ମହାପାତ୍ର,ଏକ ନମ୍ୱର ଜୋନ ସଭାପତି ଅରୁଣ କୁମାର ପ୍ରଧାନ,୩ ନମ୍ୱର ଜୋନ ସଭାପତି ନଳିନୀ ରଞ୍ଜନ ବେହେରା,ବଳରାମ ଲେଙ୍କା,ଦିପ୍ତିରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।