ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଜ ନାବାଳିକା ଝିଅ କୁ ଦୁଷ୍କର୍ମ ଅଭିଯୋଗ ରେ ଫେରାର ଥିବା ବାପା କୁ ଖୋର୍ଦ୍ଧା ରୁ ଗିରଫ କଲା ଏରସମା ପୋଲିସ।

ଏରସମା, 26/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ଗଡହରିଶପୁରରେ ୧୨ ବର୍ଷର ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର ଥିବା ଅଭିଯୁକ୍ତ ବାପା ପ୍ରସନ୍ନଜିତ୍ ମାଇତିଙ୍କୁ ଗିରଫ କରିଛି ଏରସମା ପୋଲିସ। ଖୋର୍ଦ୍ଧା ନିକଟରୁ ତାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ଟିମ୍। ସେହିପରି ଅଭିଯୁକ୍ତଙ୍କୁ ଲୁଚାଇ ରଖିଥିବା ବଡ଼ ଭାଇ ପ୍ରତାପ ମାଇତିଙ୍କୁ ମଧ୍ୟ ଗିରଫ କରାଯାଇଛି।ଅଭିଯୋଗ ଅନୁସାରେ, ନିଜ ଝିଅଙ୍କ ସହ ଦୁଷ୍କର୍ମ କରିବା ପରେ ଘଟଣା କାହାକୁ କହିଲେ ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ। ପରେ ଝାନସୀରାଣୀ ମହିଳା ସଂଗଠନର ସହଯୋଗରେ ପୀଡିତାଙ୍କ ମାଆ ଏରସମା ଥାନାରେ ଏତଲା ଦେଇଥିଲେ। ଜଗତସିଂହପୁର ଏସପିଙ୍କ ଅଙ୍କିତ୍ ବର୍ମା ଙ୍କ ନିର୍ଦ୍ଧେଶ କ୍ରମେ ଏରସମା ଥାନା ଆଇଆଇସି ପାର୍ଥ ପ୍ରୀତମ ବେଉରାଙ୍କ ତତ୍ତ୍ୱାବଧାନରେ ସବ୍ ଇନ୍ସପେକ୍ଟର ବିଶ୍ୱଜିତ୍ ଗଡନାୟକଙ୍କ ନେତୃତ୍ୱରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। କିଛି ଦିନ ହେବ ପୋଲିସ କୁ ଚକମା ଦେଇ ଲୁଚି ବୁଲୁଥିଲା ଅଭିଯୁକ୍ତ।
9