ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦି ଲିସିୟମ ପକ୍ଷରୁ +୨କଳା ଏବଂ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଛି l

ପୁରୀ , 26/05/2026, ଉତ୍କଳ voice news - utkalvoicenews.comତା - 25/05/2026 : ସନ୍ଧ୍ୟାରେ ପୁରୀର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଦି ଲିସିୟମ ପକ୍ଷରୁ ଚଳିତ ବର୍ଷ +୨ କଳା ଏବଂ ବିଜ୍ଞାନ ରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋର୍ଦ୍ଧନା ସହିତ ପୁରସ୍କାର ବିତରଣ କରାଯାଇଛି l
Article Image
ଏହି ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ପୁରୀସଦର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କେଳୁଚରଣ ଜେନାଙ୍କ ସହିତ ବରିଷ୍ଠ ଶିକ୍ଷାବିତମାନେ ମଞ୍ଚାସିନ ହୋଇ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେପରେ ଅତିଥିମାନଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବୋର୍ଦ୍ଧିତ କରାଯାଇଥିଲା l ଏହାପରେ ଅନୁଷ୍ଠାନ ର ଅଧକ୍ଷ ସ୍ୱାଗତ ଭାଷଣ ପ୍ରଦାନ କରି ଚଳିତବର୍ଷ ବିଜ୍ଞାନ ରେ ପ୍ରଦୋଷ ପ୍ରିୟଦର୍ଶୀ ୯୫%ନମ୍ବର ରଖି ପ୍ରଥମ ସ୍ଥାନ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ବିଜ୍ଞାନ ଓ କଳା ବିଭାଗରେ ସର୍ବାଧିକ ନମ୍ବର ରଖିଥିବା ମୋଟ ୪୫ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଭିଭାବକ ଏବଂ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l
5