ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି ମୋଟାବାଡି ଶ୍ମଶାନ ଗୃହ,ପ୍ରତିକାର ଦାବୀ

ବୁଗୁଡ଼ା, 26/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ମନ୍ୟୁଷ ମୃତ୍ୟୁ ପରେ ଶବଦାହ କରିବା ପାଇଁ ଶ୍ମଶାନ ଭୂମିର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ।ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ମଶାନରେ ଶବଦାହ କରିବା ସମୟରେ ବର୍ଷା ଓ ଖରା ଦାଉରୁ ରକ୍ଷା ପାଇବା ପାଇଁ ଶ୍ମଶାନରେ ଶବଦାହ ଗୃହ ମଧ୍ଯ ନିତାନ୍ତ ଆବଶ୍ୟକ ଅଟେ।ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମରେ ଶ୍ମଶାନ ଓ ଶବଦାହ ଗୃହ ନଥିବା ଯୋଗୁଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ୧୯୫୭ ମସିହାରୁ ମୋଟାବାଡି ପଞ୍ଚାୟତ ହେଡ୍ କ୍ୱାର୍ଟର ହୋଇଥିବା ବେଳେ ଶ୍ମଶାନ ଓ ଶବ ଦାହଗୃହ ନଥିବା ବେଳେ ବର୍ଷା ଖରା ଓ ଶୀତ ସମୟରେ ଖୋଲା ଆକାଶ ତଳେ ନାନା ସମସ୍ୟାର ସମ୍ମୁଖିନ ହୋଇ ଏଣେ ତେଣେ ଶବ ସତ୍କାର କରାଯାଉଛି।ପୂର୍ବରୁ ବିଭିନ୍ନ ଖବର କାଗଜରେ ମୋଟାବାଡି ଗ୍ରାମରେ ଶବଦାହ ଗୃହ ନଥିବା ଖବର ପ୍ରସାରଣ ପରେ ମାନବଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି ଏକ କେସ ଦାୟର ହୋଇଥିଲା ।୦୪/୦୯/୨୦୨୫ ତାରିଖରେ କେସ ନଂ ୩୧୨୫/୨୦୨୫ ପ୍ରକାରେ ମାନ୍ୟବର ହାଇକୋର୍ଟ ଗଞ୍ଜାମ ଜିଲ୍ଲାପାଳ ନିକଟକୁ ନିର୍ଦ୍ଧେଶ ପ୍ରେରଣ କରି ମୋଟାବାଡି ଘଟଣା ଅନୁସନ୍ଧାନ କରି ୨୮/୧୧/୨୦୨୫ ସୁଦ୍ଧା ଜଣାଇବାକୁ କହିଥିଲେ। ପରବର୍ତ୍ତୀ ସମୟରେ ମୋଟାବାଡି ଗ୍ରାମରେ ଜାଗା ଚିହ୍ନଟ କରି ଶ୍ମଶାନ ଗୃହ ନିର୍ମାଣ ହୋଇଥିଲା । କିନ୍ତୁ ତାହା ଅସମ୍ପୂର୍ଣ୍ଣ ଅଧାପନ୍ତରିଆ ଅବସ୍ଥାରେ ବର୍ତ୍ତମାନ ପଡିରହିଛି।ମୋଟାବାଡି ଗ୍ରାମରେ ଦୁଇ ଦୁଇ ଥର ଅନୁଷ୍ଟିତ ହୋଇଥିବା ପଞ୍ଚାୟତ ସ୍ତରୀୟ ଜନଶୁଣାଣି ରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏଯାଏଁ କୌଣସି ସୁଫଳ ନ ମିଳି ଜନଶୁଣାଣି ରେ ରହିଯାଇଛି।ଖବର ପ୍ରସାରଣ ପରେ ମୋଟାବାଡ଼ି ଗ୍ରାମରେ ଅଧାପନ୍ତରିଆ ଅବସ୍ଥାରେ ପଡିରହିଥିବା ଶବଦାହ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି ।
8