ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାପ ପୁଅଙ୍କୁ ଘେରିଲେ ଗ୍ରାମବାସୀ,SHG ଗ୍ରୁପ୍ ରୁ ଲୋନ୍ ନେଇ ବୋହୂ ଫେରାର।

ଏରସମା, 26/05/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
Article Image
ଏରସମା ବ୍ଲକ ଗୋଡା ପଞ୍ଚାୟତ ର ମାଛପଦା ଗାଁ ରେ ଘଟିଛି କିଛି ଏମିତି।ଏହି ଗ୍ରାମରେ ଜଣେ ବୋହୂ ଯାହାଙ୍କ ନାମ ଆଭାରାଣି ଦାସ (ସ୍ବାମୀ - ଦେବେନ୍ଦ୍ର ଦାସ),ଯେ କି ସେ CRP ଭାବରେ କାମ କରନ୍ତି।SHG ମହିଳା ଗ୍ରୁପ କୁ ଲୋନ୍ ଦେବା ନେବା କାମ କରନ୍ତି।ନିଜ ଗାଁ ବୋହୂ ଭାବି ଲୋନ୍ କିସ୍ତି ପଇସା bank ରେ diposit କରିବା ପାଇଁ ଦୀୟନ୍ତି କିନ୍ତୁ ବୋହୂ ସେସବୁ diposit ନ କରି ହେରାଫେରି କରେ ।diposit slip ମାଗିଲେ କଥା ବୁଲେଇଦୀୟନ୍ତି।ଏମିତି କରି ସେ ୭ ଗୋଟି ମହିଳା ଗ୍ରୁପ୍ ରୁ ପ୍ରାୟ ପନ୍ଦର ଲକ୍ଷ ଭଳି ଲୋନ୍ ନେଇଛନ୍ତି।ଯେତେବେଳେ ଏ କଥା ଗ୍ରୁପ ମହିଳା ଜାଣିଲେ ସେତେବେଳକୁ CRP ଆଭାରାଣି ଦାସ ଫେରାର ହୋଇଯାଇଥିଲେ।ମହିଳାମାନେ CRP ଙ୍କ ଘରକୁ ଆସି ଅଭିଯୋଗ କରିଥିଲେ।ସରପଞ୍ଚ ବସି ଫାଇନାଲ ହୋଇଥିଲା ଯେ ତାଙ୍କ ସ୍ଵାମୀ ଦେବେନ୍ଦ୍ର ଦାସ ପ୍ରତିମାସରେ ୨୦୦୦୦ କରି ଟଙ୍କା ସୁଝିବେ।କିନ୍ତୁ କିଛି ଦିନ ଶୁଝିଲା ପରେ ସ୍ବାମୀ ମଧ୍ୟ ଖେଳିବା ଆରମ୍ଭ କରିଦେଇଥିଲା।ଆଜି ଦେବି କାଲି ଦେବି କହି ଭୁଆଁ ବୁଲେଇ ଚାଲିଥିଲା।ଯାହାଫଳରେ କି ଆଜି ସାତଟି ଗ୍ରୁପ୍ ର ମହିଳା ଓ ଗ୍ରାମ ବାସୀମାନେ ଏକାଠି ହୋଇ ବାପ-ପୁଅ ଦୁହିଁଙ୍କୁ ଘେରିଥିଲେ।ସରପଂଚ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ, ହେଲେ ମହିଳା ମାନେ ଥାନାରେ ଫାଇନାଲ ହେବ ବୋଲି କହି ଥାନାକୁ ଯାଇଥିଲେ।
9