ବାଲେଶ୍ୱର, 26/05/2026, ଉତ୍କଳ voice news - utkalvoicenews.comଖଇରା ୨୫ ।୫ ବାଲେଶ୍ଵର ଜିଲା ଖଇରା ବ୍ଲକ ଅଧୀନ ଗରସଙ୍ଗସ୍ଥିତ ଜମ୍ବେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋମବାର ଦିନ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ କାଉନସିଲ ପରୀକ୍ଷାରେ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ କଳା, ବିଜ୍ଞାନ ଓ ବାଣିଜ୍ୟ
ବିଭାଗରେ ଟପ୍ପର ହୋଇଥିବା ୪ ଛତ୍ରଛାତ୍ରୀ ଙ୍କୁ କଲେଜ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷ ଗଜେନ୍ଦ୍ର ପ୍ରସାଦ ସେନାପତି ପୌରହିତ୍ୟ କରିଥିଲେ । କୃଷ୍ଣଚନ୍ଦ୍ର ଖିଲାର ମୁଖ୍ୟଅତିଥି, ପଦ୍ମଲୋଚନ ଖିଲାର, ସରପ ରାଜେନ୍ଦ୍ର ଦାସ,ଗୋକୁଳି ଚନ୍ଦ୍ର ଦାସ, ନାରାୟଣ ଚନ୍ଦ୍ର ମହାନ୍ତି, କ୍ଷେତ୍ରମୋହନ ପରିଡା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କର କୃତିତ୍ଵ କଲେଜର ଗାରିମା ବଢାଇଛି ବୋଲି କହିଥିଲେ । । ଶେଷରେ ଚଳିତ ବର୍ଷ କଳାରେ ୫୪୮ ମାର୍କ ରଖିଥିବା ସସ୍ମିତା ବନ୍ଧ ଓ ४४१ ମା'ର୍କ ରଖିଥିବା ଦେବସ୍ମିତା ସାହୁ, ବିଜ୍ଞାନ ରେ ରେ ୫୪୬ ରଖି ଟପ୍ସର ହୋଇଥିବା ନମିତା ବାରିକ, ବାଣିଜ୍ୟରେ ସର୍ବୋଚ୍ଚ ୪୯୧ ମାର୍କ ରଖିଥିବା ପବିତ୍ର ବାରିକଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉଚ୍ଚ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ |