ଏରସମା, 27/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଜଗତସିଂହପୁର ଜିଲ୍ଲା ଏରସମା( ୨୬/୫) ଏରସମା ପଂଚାୟତ ସିହା ଗ୍ରାମର ପୂର୍ଣ୍ଣାନନ୍ଦ ସ୍ୱାଇଁ ଙ୍କ ସୁପୁତ୍ର ଅରୂପାନନ୍ଦ ସ୍ୱାଇଁ ଙ୍କୁ ତ୍ରୟୋଦସ ତମ ବାର୍ଷିକ ଉତ୍ସବ ଅବସରରେ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଆୟୋଜିତ ସଭାରେ"ସାହିତ୍ୟ ସମ୍ମାନ" ପ୍ରଦାନ କରାଯାଇଛି l ତାଙ୍କର ଜୀବନ ବ୍ୟାପି ସାହିତ୍ୟ ସାଧନା କରି ବହୁ ପତ୍ର ପତ୍ରିକା ତାଙ୍କ ଲେଖା ପ୍ରକାଶିତ ହେବାସହ ବିଭିନ୍ନ ଅନୁଷ୍ଠାନ ରୁ ସମ୍ମାନିତ ଜଣେ ସୁସାହିତ୍ୟିକ ଭାବେ ଏରସମା ଅଂଚଳରେ ପରିଚିତ।ଏହି ସଭାରେ ସଭାପତିତ୍ୱକରିଥିଲେ ମହେଶ୍ଵର ସ୍ୱାଇଁ, ମୁଖ୍ୟ ଅଥିତି ବାଲିକୁଦା, ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ତାଙ୍କୁ ଅଙ୍ଗବସ୍ତ୍ର, ମାନପତ୍ରଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ପରେ ପରେ ଏହି ସମ୍ବର୍ଦ୍ଧନାର ଯୋଗ୍ୟତାକୁ ପୂଜ୍ୟ ପୂଜା ସଂସଦ ଏରସମାର ସଭାପତି ପଣ୍ଡିତ ନାଗୁ ଚରଣ ଦେବତା, ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ,ଆଞ୍ଚଳିକ ପୂଜ୍ୟ ପୂଜା ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ,ନଗେନ୍ଦ୍ର ନାଥ ସ୍ୱାଇଁ, ହେମନ୍ତ କୁମାର ନାୟକ, ପ୍ରେମ ଚରଣ ରାଉତ ପ୍ରମୁଖ ଉଚ୍ଚ ପ୍ରଶଂସା କରିଥିଲେ l