କୁଜଙ୍ଗ , 13/02/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ର ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଆମସଂସ୍କୃତି ଓ ଆମଖେଳନା କାର୍ଯ୍ୟକ୍ରମ ମହାଆଡମ୍ବରରେ ପାଳନ ହୋଇଯାଇଛି।
ଏହି ଉତ୍ସବରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିଆର ପରିଚାଳନା କମିଟିର ସଭାପତି ଯୋଗାଚାର୍ଯ୍ୟ ପ୍ରଶାନ୍ତ କୁମାର ଲେଙ୍କା ଯୋଗ ଦେଇଥିଲେ, ଏବଂ ବିଦ୍ୟାର୍ଥୀ ମାନଙ୍କୁ ପ୍ରଚୀନ , ସଂସ୍କୃତି , କଳା ଓ ସାହିତ୍ୟ ଷେତ୍ରରେ ନୀତିବାଣୀ ଦେଇଥିଲେ। ସେ କହିଥିଲେ ପ୍ରକୃତି ବିନା ମନୁଷ୍ୟର ବଞ୍ଚିବା କଷ୍ଟକର, ଯେଉଁ ଠାରେ ପ୍ରକୃତି ଭଲ ସେଠାରେ ଜୀବଜଗତ ଠୁ ଆରମ୍ଭ କରି ପ୍ରାଣୀ ଜୀବନଯାପନ କରିପାରିବେ।
ଏହା ସହିତ ସରକାରଙ୍କର ଏହି ଯୋଜନାରେ ପିଲାମାନଙ୍କ ଉପରେ ଭଲ ପ୍ରଭାବ ପକାଇବ। ଏବଂ ତା ସହିତ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନ ହୋଇପାରିବ। ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ କମିଟିର ପ୍ରଧାନ ଶିକ୍ଷକ ସନ୍ଦିପ୍ କୁମାର ବେହେରା , ଖେଳ ଶିକ୍ଷକ ଉତ୍ତମ ସାମଲ, କ୍ଲଷ୍ଟର ବରିଷ୍ଟ ଶିକ୍ଷୟତ୍ରୀ ଗୀତାଞ୍ଜଳି ପୃଷ୍ଟି , ଇରାଶ୍ରୀ ଦାସ, କବିତା ନାୟକ, ସ୍ଵର୍ଣ୍ଣଲତା ରାଉତ୍, ସୁଷମା ମଞ୍ଜରୀ ନାୟକ, ସଞ୍ଜୟ କୁମାର ଦାସ, ଅମର କୁମାର ନାୟକ , ପିଙ୍କିନା ବାଳା ସାମଲ୍ ଉପସ୍ଥିତ ଥିଲେ।

ପ୍ରିୟାନଶୁ ଲେଙ୍କାଙ୍କ ଆଦିବାସୀ ନୃତ୍ୟ ଓ ସୀମା ସ୍ୱାଇଁର ଓଡ଼ିଶୀ ନୃତ୍ୟ ପ୍ରାଚୀନ ସଂସ୍କୃତିକୁ ଟାଣି ରଖିବା ସହିତ ପିଲା ମାନଙ୍କ ମନ ଆନନ୍ଦରେ ଭରି ଯାଇଥିଲା। ବକ୍ତବ୍ୟ ପରେ ପିଲାମାନଙ୍କୁ ଲଡୁ ବଣ୍ଟା ଯାଇଥିଲା। ଏବଂ ପ୍ରଥମ ଦ୍ଵିତୀୟ ଓ ତୃତୀୟ ପିଲାମାନଙ୍କୁ ପୁରସ୍କାର ବିତରଣ ଯାଇଥିଲା। ଏହି କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରାଚୀନ ସଂସ୍କୃତିକୁ କିଭଳି ଭାବେ ବଜାଇ ରଖିବା ଓ ପିଲାମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବା।