ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ବଳରାମପୁର ହବିବ୍ ମସଜିଦରେ ଇଦ୍ ଉଲ୍ ଯୁହା ପାଳିତ।

କୁଜଙ୍ଗ , 28/05/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
କୁଜଙ୍ଗ ବ୍ଲକ୍ କୁଜଙ୍ଗ ବଳରାମପୁର ହବିବ୍ ମସଜିଦ ସନସୁଲ଼ ନଗର ଠାରେ ଧୁମଧାମରେ ଇଦ୍ ଉଲ୍ ଯୁହା ପର୍ବ ପାଳିତ ହୋଇଛି।ସମସ୍ତ ସାହି ଅଞ୍ଚଳରେ ତୋରଣ ନିର୍ମାଣ ସହିତ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି। ସୋମବାର ସକାଳେ ମୁସଲିମ ସମ୍ପ୍ରଦାୟର ଭାଇମାନେ ନବବସ୍ତ୍ର ପରିଧାନ କରି ମସଜିଦରେ ସମୂହ ନମାଜ ପାଠ କରିଥିଲେ।ନମାଜ ପାଠପରେ ସମୂହ ପିତ୍ରୃପୁରୁଷଙ୍କ ସମାଧି ସ୍ଥଳରେ ପହଞ୍ଚି ପ୍ରାର୍ଥନା କରିଥିଲେ।ମସଜିଦ ନିକଟକୁ ଫେରି ମିଠାଖାଇ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ । ସମସ୍ତ ଗାଡି ଚାଳକ ,ପଥଚାଳକ ମାନଙ୍କୁ ପାନୀୟ ଜଳ ଦାନ କରିଥିଲେ। କୁଜଙ୍ଗ ମୁସଲମାନ ବସ୍ତିର ସର୍ଦ୍ଦାର ଏସ୍ କେ ମକସୁଦ୍ଦ୍ ଅଲ୍ଲୀ, ସେକ୍ ଅବଦ୍ଦୁଲ୍ ରଜାକ୍ ,ବାବୁ ଖାଁ ,ସେଖ୍ କଲିମ୍ ଉଦ୍ଦିନ ,ସେଖ୍ ସାଜନ୍, ସେଖ୍ ଟିକିନା ,ସେଖ୍ ମକବୁଲ୍ ,ସେଖ୍ ସମସେର୍,ସେଖ୍ ଅବଦ୍ଦୁଲ୍ ଗଫାର ପ୍ରମୁଖ ଗରିବ ଲୋକମାନଙ୍କୁ ଫଳ,ବିସ୍କୁଟ ଓ ନୂଆବସ୍ତ୍ର ବଣ୍ଟନ କରିଥିଲେ।
10