ପାରାଦୀପ / ଢ଼ିଙ୍କିଆ, 28/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା - 27/05/2026
ସମଗ୍ର ଓଡିଶା ପାଇଁ ଏକ ଖୁସିର ଦିନ l ଓଡିଶା ର ବିକାଶ କ୍ଷେତ୍ରରେ ଯୋଡିହୋଇଛି ଏକ ନୂତନ ଅଧ୍ୟାୟ l ଢିଙ୍କିଆ ଚାରିଦେଶ ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ବିଶାଳ ଜନ ସମାବେଶ ରେ ଜେଏସଡବ୍ଲୁ ଷ୍ଟିଲ ର ସମନ୍ବିତ ଇସ୍ପାତ କାରଖାନା ଉଦଘାଟନ କରି ଓଡ଼ିଶାର ଶିଳ୍ପ ଜଗତରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l l ପୂର୍ବ ଉପକୂଳରେ ଶିଳ୍ପ ର ପ୍ରଗତି ଏବଂ ଅର୍ଥନୈତିକ ବିକାଶର ମୂଳଦୁଆ ଆରମ୍ଭ ହୋଇଛି। ଢ଼ିଙ୍କିଆ ଚାରିଦେଶ ର ହେବ ଅଭିବୃଦ୍ଧି,ଶିଳ୍ପ ଓ ବିକାଶ ର ଚିତ୍ର ରେ ନାଁ ଲେଖିବ ଢ଼ିଙ୍କିଆ ଚାରିଦେଶ l ପାରାଦୀପ ଢିଙ୍କିଆ ଅଞ୍ଚଳରେ ଏକ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟ ଆଜିଠୁ ଆରମ୍ଭ ହେଉଛି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି।

ଜେଏସଡବ୍ଳୁ ଉତ୍କଳ ଢିଙ୍କିଆରେ ପ୍ରସ୍ତାବିତ ସମନ୍ବିତ ଇସ୍ପାତ କାରଖାନା ନିର୍ମାଣ କାର୍ଯ୍ୟ ଆଜିଠୁ ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ସମନ୍ବିତ ଇସ୍ପାତ ପ୍ରକଳ୍ପ l ଷ୍ଟିଲ କମ୍ପାନୀ ମାନେ ଓଡିଶା ଆସନ୍ତୁ, ଏଠି ଷ୍ଟିଲ କମ୍ପାନୀ ଖୋଲନ୍ତୁ, ଆମ ଓଡିଶା ବିକାଶ ହେବ ଯାହା ଆମେ ଭାବୁଥିଲେ, ଆଜି ତାହା ସାକାର ହୋଇଛି ଆମର ମାନନୀୟ ପ୍ରଧାନମନ୍ତ୍ରୀ ତଥା ଭାରତ ବର୍ଷ କୁ ବିକାଶ ର ଶୀର୍ଷ ସ୍ଥାନରେ ପହଞ୍ଚାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି l ଆଜି ଡବଲ ଇଞ୍ଜିନ ସରକାର ସବୁ କ୍ଷେତ୍ରରେ ବିକାଶ କରିଛି l ଓଡିଶା ର ଦୁଇବର୍ଷ ଭିତରେ ଆଜି ଅନେକ ବିକାଶ ମୂଳକ କାର୍ଯ୍ୟ କରିଛି, ହେଲେ ପୂର୍ବ ସରକାରଙ୍କ ଶିଳ୍ପ ପ୍ରତି ଆନ୍ତରିକତା ନଥିଲା l ଯାହା ଫଳରେ ପୋସ୍କୋ ଭଳି ଏକ ପ୍ରକଳ୍ପ ଢ଼ିଙ୍କିଆ ରୁ ଫେରି ଯାଇଥିଲା l ଆଜି ଓଡିଶା ଓ ପାରାଦୀପ ଶିଳ୍ପ କ୍ଷେତ୍ରରେ ଏକ ଐତିହାସିକ ଫର୍ଦ ଯୋଡି ହୋଇଛି,ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି l ବିକଶିତ ଭାରତ ଗଠନ ପାଇଁ ଶିଳ୍ପ ର ଅଭୁବୃଦ୍ଦି ର ଆବଶ୍ୟକ ରହିଛି, ଜାହାର ପ୍ରୟାସ ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ l ଉତ୍କର୍ଷ ଓଡିଶା ପାଇଁ ଆଜି ଓଡ଼ିଶାରେ ବିକାଶ କୁ ତ୍ୱରାନ୍ୱିତ କରିଛନ୍ତି ମୁଖ୍ୟମନ୍ତ୍ରୀ l ଖଣିଜ ସମ୍ପଦ ରେ ଭରା ଓଡିଶା ରେ ମୂଲ୍ୟଯୁକ୍ତ କାରଖାନା ନିର୍ମାଣ କରାଯିବା ଦ୍ୱାରା ଓଡିଶା ର ବିକାଶ ସହିତ ଦେଶ ର ମଧ୍ୟ ବିକାଶ ହେବ l ଏହି ଷ୍ଟିଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବଦ୍ୱାରା ସ୍ଥାନୀୟ ଅଞ୍ଚଳ ରେ ବ୍ୟାପକ ନିଯୁକ୍ତି ସୁଯୋଗ୍ ସୃଷ୍ଟିହେବ l ଢ଼ିଙ୍କିଆ ଚାରିଦେଶ ରେ ଜେଏସଡବ୍ଲୁ ଦ୍ୱାରା ବନ୍ଦର ନିର୍ମାଣ ଦ୍ୱାରା ମତ୍ସ୍ୟଯିବି ମାନେ କ୍ଷତିଗ୍ରସ୍ତ ହେବେ।ଏ ନେଇ କମ୍ପାନୀ ଅଧିକାରୀ ଙ୍କ ସହିତ ଆଲୋଚନା କରାଯାଇଛି, ଜିନ୍ଦଲ ଦ୍ୱାରା ନିର୍ମାଣ ବନ୍ଦର ଦ୍ୱାରା କିପରି ମତ୍ସ୍ୟଯିବି ପ୍ରଭାବିତ ନ ହେବେ ଏ ନେଇ କମ୍ପାନୀ ଦୃଷ୍ଟି ଦେବ ବୋଲି କହିଛନ୍ତି ଜଗତସିଂହପୁର ସାଂସଦ। ୬୫ ହଜାର କୋଟି ଟଙ୍କା ନିବେଶରେ ନିର୍ମାଣ ହେବ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ପ୍ଲାଣ୍ଟ।ଦକ୍ଷିଣ କୋରିଆ ଷ୍ଟିଲ୍ କମ୍ପାନୀ 'ପୋସ୍କୋ' ଏଠାରୁ ଫେରି ଯାଇଥିଲା। ପୂର୍ବ ସରକାରଙ୍କ ଆନ୍ତରିକାତା ଅଭାବରୁ ହୋଇ ପାରୁ ନଥିଲା ବୋଲି ବିଶାଳ ଜନସମାବେଶ କୁ ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଢ଼ିଙ୍କିଆ ଠାରେ ଜେଏସଡବ୍ଲୁ ପରିସରରେ ଆୟୋଜିତ ଏହି ଭିତ୍ତିପ୍ରସ୍ତର ସ୍ଥାପନା ଉତ୍ସବ ରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ , ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ,ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସାଦ ଜେନା, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ , କମ୍ପାନୀ ର ଚେୟାରମେନ ମୁଖ୍ୟ ସଜ୍ଜନ ଜିନ୍ଦଲ ,ଓଡିଶା ଜେଏସଡବ୍ଳୁ ମୁଖ୍ୟ ଅନିଲ୍ ସିଂ ଙ୍କ ସହିତ ହେମନ୍ତ ଶର୍ମା ଯୋଗଦେବା ସହିତ ଏହି ପ୍ରକଳ୍ପ ଆଗାମୀ ଦିନରେ ଢ଼ିଙ୍କିଆ ଚାରିଦେଶ ସମେତ ଓଡିଶା ବିକାଶ ରେ ପ୍ରମୁଖ ଅଂଶ ପାଲଟିବ ବୋଲି ଉପସ୍ଥିତ ନେତୃବୃନ୍ଦ ବିଶାଳ ଜନସମାବେଶ କୁ ସମ୍ବୋଧିତ କରିଛନ୍ତି l