ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉଦ୍ଯାନକୃଷି ନଡିଆ ଗଛ ହରିବୋଲ ହିତାଧିକାରୀଙ୍କ ଖାତାକୁ ଠଣ୍ ଠଣ୍ ଆସିଲା ଟଙ୍କା ।

ଗଂଜାମ, 29/05/2026, ଉତ୍କଳ voice news - utkalvoicenews.com୨୮/୦୫/୨୬ : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକକୁ ଲୁଟିବାକୁ ଫେରିଛି ଲୁଟେରା । ଏହି ବ୍ଲକରେ ଦୀର୍ଘବର୍ଷ ରହି ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବାକୁ ନେଇ ତାଙ୍କପ୍ରତି ଅଞ୍ଚଳର ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣଜନତାଙ୍କ ଅସନ୍ତୋଷ ସାଧାରଣ ଜନତାଙ୍କ ବଢିବାରେ ଲାଗିଛି । ଦୀର୍ଘଦିନରୁ ଏହି ବାବୁ ଜଣଙ୍କ ହିଞ୍ଜିଳିକାଟୁ ବ୍ଳକର ରହି ଚାଷୀଙ୍କ ପାଇଁ ନୁହେଁ ନିଜର ସାମ୍ରାଜ୍ୟ ବିସ୍ତାର କରି ଲାଗିଛନ୍ତି । ଏକ ଅନଲାଇନ ରିପୋର୍ଟର
Article Image
ଦର୍ଶାଉଛିକି 2412011/ IF /11220692 ଚାଷୀଙ୍କ ଜମିରେ ନଡିଆ ଚାରା ରୋପଣ ନେଇ ଆର୍ଥିକ ବର୍ଷ ୨୦୨୪ -୨୫ର ପ୍ରଦାନ କରାଯାଇଛି ।ବିଲ୍ ନମ୍ବର ୨୩୭ ଓ ୨୫୪ ନୁସାରେ ଗୋଟିଏ ନଡ଼ିଆ ଚାରା ଗଛ ପିଛା ୭୫ ଟଙ୍କାରେ ୧୭୫ ଟି ଏବଂ ୧୭୬ଟଙ୍କା ଲେଖାଏଁ ରେ ୧୭୫ ଟି ନଡ଼ିଆ ଚାରା ପ୍ରତି ୧/୩/୨୫ ଏବଂ ୩୧/୩/୨୬ ତାରିଖର ବିଲ ପୈଠ କରାଯାଇଥିବା ଅନଲାଇନ ରିପୋର୍ଟ କହୁଛି । କିନ୍ତୁ ଉକ୍ତ ଚାଷୀଙ୍କ ଜମିରେ କେବଳ ୧୫ଟି ନଡିଆ ଗଛ ଥିବା ଚଳିତ ମାସର ୨୧/୦୫/୨୬ ତାରିଖ ସୁଦ୍ଧା ରହିଛି ।ଏନେଇ ଆମ ଗଣମାଧ୍ୟମ ପ୍ରତିନିଧି ଉକ୍ତ ଜମିକୁ ଯାଇ ତଦନ୍ତରେ କେବଳ ୧୫ଟି ନଡ଼ିଆ ଚାରା ଗଛ ରହିଛି । ତେବେ ଏପରି ବ୍ୟବସ୍ଥାରେ ଯଦି ହିଞ୍ଜିଳିକାଟୁ ବ୍ଳକ ସାହାପୁର ପାଞ୍ଚୟତରେ ଦେଖିବା ମିଳିଲା ତେବେ ହିତାଧିକାରୀଙ୍କୁ କେବଳ ନଡ଼ିଆ ଚାରା ବଣ୍ଟନ ଓ ଫୋଟ ଦେଖାଇ ସରକାରଙ୍କ ପକ୍ଷରୁ ଥିବା ଉଦ୍ଯାନକୃଷି ବିଭାଗର ମରିଚ ଆଳୁ ନଡିଆ ଚାରାକୁ ବଣ୍ଟନ ହୋଉଛି ବୋଲି ଅଞ୍ଚଳରେ ଶୁଣିବାରେ ମିଳୁଛି । ତେବେ ବାବୁ ଜଣଙ୍କ ନିଜର ସ୍ବାର୍ଥରେ ଆସୁଥିବା ଭୂତଚାଷୀଙ୍କୁ ସହାୟତା ଯୋଗାଇ ଦେବାରେ ସାଧାରଣରେ ଅସନ୍ତୋଷ ଅଞ୍ଚଳରେ ବଢ଼ିବାରେ ଲାଗିଛି । ତାଙ୍କୁ ଏଠାରେ କିଛି ମଙ୍ଗୁଆଳ ମଧ୍ଯ କୋଳେଇ ନେଇ ତାଙ୍କୁ ଲୁଟିବା ଦିଗରେ ସହଯୋଗ ଚଳାଇଛନ୍ତି ବୋଲି ଆଲୋଚନା ମଧ୍ୟ ହେଉଛି ।ଏହି ଉଦ୍ୟାନବିଭାଗର ବାବୁ ମହୋଦୟ ଜଣଙ୍କ ଯାହାକୁ ଅସ୍ତ୍ର କରି ଏହି ସବୁ ବେନାମୀ କାର୍ଯ୍ୟ କରିଛନ୍ତି ତାଙ୍କ ସହିତ କେତେ ଟଙ୍କାର ଡିଲ ହୋଇଛି ନା ଏଠି ଲୁଟିବା ଟଙ୍କାରୁ ଅଧା ଅଧା ହେବ ତାହା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀ ର ଟଙ୍କା ପଠାଇ ଉଭୟଙ୍କ ମଧ୍ୟରେ ଭାଗ ବଣ୍ଟନ ହୁଏ। ଆଜି କିଛି ଚାଷୀ ଗଣମାଧ୍ୟମ ରେ କହିଛନ୍ତି।ସେ ମାନଙ୍କ ର କହିବା କଥା ଉପଯୁକ୍ତ ଚାଷୀ କୁ ଦିଅନ୍ତୁ।
15