ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଇକ୍ ଧକ୍କାରେ ଯୁବକ ମୃତ

ଗଂଜାମ, 29/05/2026, ଉତ୍କଳ voice news - utkalvoicenews.comହିଞ୍ଜିଳିକାଟୁ୨୮/୦୫ ମଙ୍ଗଳବାର ରାତିରେ ବାଇକ୍ ଧକ୍କାରେ ଜଣେ ମୃତ୍ୟୁ ବେଳେ ଜଣେ ଆହତ ହୋଇଛନ୍ତି ।ମୃତକ ଜଣଙ୍କ ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମର ନିରଞ୍ଜନ ପାଢି (୨୪) ବୋଲି ଜଣାପଡିଛି । ଦୁର୍ଘଟଣାରେ ବାଇକ୍ ଚାଳକ ସାରୁ ଗ୍ରାମର ଶବର ଦାସ ଗୁରୁତର ଆହତ ହୋଇଛନ୍ତି |
Article Image
ସୁଚନାମୁତାବକ ମଙ୍ଗଳବାର ରାତିରେ ନିରଞ୍ଜନ ହିଞ୍ଜିଳିକାଟରୁ କାମ ସାରି ଘରକୁ ଫେରୁଥିବା ସମୟରେ ଗ୍ରାମ ନିକଟରେ ଯୁବକଙ୍କ ସହ ଶବରଙ୍କ ବାଇକ ଧକ୍କା ହୋଇଥିଲା Iଦୁର୍ଘଟଣା ରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଆହତଙ୍କ ଅବସ୍ଥା ଗୁରୁତରରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।କିନ୍ତୁ ଚିକିତ୍ସାଧୀନ ସମୟରେ ବୁଧବାର ଦିନ ରାତିରେ ନିରଞ୍ଜନ ପାଢ଼ୀଙ୍କ ମୃତ୍ୟୁ ଘଟିଥିଲା ।ବ୍ରହ୍ମପୁର ଠାରେ ଆଜି ଶବ ବ୍ଯବଚ୍ଚେଦ ହେବା ପରେ ତାଙ୍କର ମର ଶରୀରକୁ ନିଜ ଗ୍ରାମ ସାରୁରେ ପହଞ୍ଚିଛି ।ଏ ନେଇ ବ୍ରହ୍ମପୁର ମେଡିକାଲ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ କରୁଛି । ସେ ଜଣେ ମେଳାପୀ ଏବଂ ପରୋପକାରୀରୁ ଗ୍ରାମରେ ତାଙ୍କର ମରଶରୀର ପହଞ୍ଚିବାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତେଣୁ ତାଙ୍କର ଅକାଳ ବିୟୋଗରେ ସାରୁ ଗ୍ରାମର ବହୁ ଲୋକ ଦୁଃଖ ପ୍ରକାଶ ସହ ଅମର ଆତ୍ମାର ଶାନ୍ତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିଛନ୍ତି ।
6