ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉତ୍କଳ ଆଲୁମିନା ଖଣି ସିଏସଆର ପକ୍ଷରୁ ପ୍ରକଳ୍ପ “ଗ୍ରାମ୍ୟ ଶକ୍ତି” ଶୁଭାରମ୍ଭ

ରାୟଗଡ଼ା, 29/05/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) : ତା - ୨୮/୫;
Article Image
ଓଷାପଡ଼ାରେ “ମାଣ୍ଡିଆ ରାଣୀ” ଆଉଟଲେଟ୍ ଉତଘାଟିତ
Article Image
ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ଖଣି ସିଏସଆର ଅନ୍ତର୍ଗତ ପ୍ରମୁଖ ଗ୍ରାମୀଣ ଉନ୍ନୟନ ପଦକ୍ଷେପ ସ୍ୱରୂପ “ପ୍ରକଳ୍ପ ଗ୍ରାମ୍ୟ ଶକ୍ତି”ର ଶୁଭାରମ୍ଭ ହୋଇଯାଇଅଛି। ଏଥିସହିତ ସ୍ଥାନୀୟ ଓଷାପଡ଼ା ଠାରେ ଏହି ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ହାତ ତିଆରି ସାମଗ୍ରୀ ବିକ୍ରୟ ନିମନ୍ତେ “ମାଣ୍ଡିଆ ରାଣୀ” କେନ୍ଦ୍ରର ଆନୁଷ୍ଠାନିକ ଉଦଘାଟନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ଶ୍ରୀ ରବି ନାରାୟଣ ମିଶ୍ର, ଖଣି ମୁଖ୍ୟ ଶ୍ରୀ ବିଜୟ ଚୌହାନ, ସିଏସଆର ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ରଙ୍କ ସମେତ ସରକାରୀ ପ୍ରତିନିଧି ଜ୍ୟୋତିମୟ ଦାଶ; ଜିଡିପିଓ, ପବିତ୍ର ନାୟକ; ଏବିଇଓ ଏବଂ ସିଏସଆର ବିଭାଗ ମୁଖ୍ୟ (ଖଣି) ଶ୍ରୀ ମନୋଜ ଦାଶ ଓ ଟିମଙ୍କ ସମେତ ପ୍ରଶାସନିକ କର୍ମଚାରୀ ଓ ସଞ୍ଜିବ ପଟ୍ଟନାୟକ; ଆସା (ଆଶା) ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ପଦକ୍ଷେପଟି ଉତ୍କଳ ଆଲୁମିନା ସିଏସଆର ଓ ଟିଟିଲାଗଡ଼ ଭିତ୍ତିକ ଏନଜିଓ ‘ଆଶା’ର ସହଯୋଗରେ କାର୍ଯ୍ୟକାରୀ କରାଯାଉଅଛି। ଏହି ପଦକ୍ଷେପ ଦ୍ଵାରା ଉତ୍କଳ ଆଲୁମିନା ଖଣି ପରିସର ଗ୍ରାମାଞ୍ଚଳର ମହିଳା ଉତ୍ପାଦକମାନଙ୍କୁ ସ୍ଥାୟୀ ଜୀବିକା ସୁଯୋଗ ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଳମ୍ବନ କରିବା ନିମନ୍ତେ ଗ୍ରାମୀଣ ଉନ୍ନତିକୁ ନୂତନ ଦିଗ ଦେଇଛି। ଏହା ଉତ୍କଳ ଆଲୁମିନାର ଗୋଷ୍ଠୀ କେନ୍ଦ୍ରିକ ବିକାଶ ଓ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପ୍ରତି ଥିବା ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହିତ ପାର୍ଶ୍ୱସ୍ଥ ଓ ପ୍ରଭାବିତ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିଛି। ଏହି ଅବସରରେ ଆସାର ପ୍ରଦୀପ୍ତ ମଲ୍ଲିକ “ଗ୍ରାମ୍ୟ ଶକ୍ତି” ପ୍ରକଳ୍ପର ଗୁରୁତ୍ୱ ବିଷୟରେ ମତ ପ୍ରକାଶ କରି ବାଫଲିମାଳି ବକ୍ସାଇଟ୍ ଖଣି ପରିସରର ଗ୍ରାମୀଣ ସମୁଦାୟଙ୍କ ଉନ୍ନତିରେ ଏହାର ଭୂମିକାକୁ ଉଲ୍ଲେଖ କରିଥିଲେ। ପ୍ରକଳ୍ପ ସହ ଜଡିତ ମହିଳାମାନେ ମଧ୍ୟ ନିଜ ଅନୁଭୂତି ବ୍ୟକ୍ତ କରି, ଏହି ପଦକ୍ଷେପ କିପରି ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ଓ ସମ୍ମାନର ସହିତ ଜୀବନ ଯାପନରେ ସାହାଯ୍ୟ କରିଛି, ତାହା ଉପସ୍ଥାପନ କରିଥିଲେ। ଏହି ନୂତନ ଭାବେ ଉତଘାଟିତ “ମାଣ୍ଡିଆ ରାଣୀ” ଆଉଟଲେଟ୍ ଗ୍ରାମ୍ୟ ଶକ୍ତିର ପାଞ୍ଚଟି କେନ୍ଦ୍ରରୁ ସଂଗୃହୀତ ଓ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ଫେନାଇଲ୍, ଆପ୍ଲିକ୍ ସାମଗ୍ରୀ, ଜୁଟ୍ ବ୍ୟାଗ୍, କାଗଜ ପ୍ଲେଟ୍, ଅଗରବତୀ, ଲେମନଗ୍ରାସ୍ ଉତ୍ପାଦ ସହ ଅନ୍ୟାନ୍ୟ ସାମଗ୍ରୀର ବିକ୍ରୟ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏହି ପଦକ୍ଷେପ ଗ୍ରାମୀଣ ମହିଳାମାନଙ୍କୁ ସ୍ୱାବଳମ୍ବୀ ଜୀବନ ଯାପନ ଓ ଜୀବିକାମୂଳକ ପ୍ରକଳ୍ପ ମାଧ୍ୟମରେ ସମୁଦାୟ ସଶକ୍ତିକରଣ ପ୍ରତି ଉତ୍କଳ ଆଲୁମିନାର ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ଭୂୟୁସୀ ପ୍ରଶଂସା ସାଉଁଟିଛି।
5