ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ମା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏମ୍ ସି ସି ଚାମ୍ପିଅନ।

ଏରସମା, 13/02/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ କୁଞ୍ଜ କୋଠି ପଞ୍ଚାୟତର କନାଗୁଳି ଠାରେ ୩୪ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଶ୍ରୀ'ମା କ୍ରିକେଟ କ୍ଲବ କନା ଗୁଳି ଦ୍ଵାରା ଆୟୋଜିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଏମ୍.ସି.ସି ଭୂବନେଶ୍ୱର,ସୋଆ ଭୁବନେଶ୍ୱରକୁ ହରାଇ ଚାମ୍ପିଅନ ହୋଇଛି।ସୋଆ ଭୁବନେଶ୍ୱର ଟସ୍ ଜିତି ଏମ୍ ସି ସି ଭୂବନେଶ୍ୱରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।ଏମ୍ ସି ସି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ପୂର୍ବରୁ ୧୭ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା।୧୩୪ ରନ୍ ବିଜୟ ଲକ୍ଷର ପିଛା କରି ସୋଆ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୦ ରନ୍ କରି ପରାଜିତ ହୋଇଛି।ଏମ୍ ସି ସିର ଶ୍ରେୟାଂଶୁ ସାଇ ବିଶ୍ୱାଳ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ ଶୁଭମ୍ ନାୟକ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି।ସଞ୍ଜୟ କୁମାର ପ୍ରଧାନ ଓ ସୂର୍ଯ୍ୟକାନ୍ତ ନାୟକ ଆଜିର ମ୍ୟାଚ୍ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ହ୍ରୃଷିକେଶ ଦାସଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣି ଉତ୍ସବରେ ପୂର୍ବତନ କ୍ରିକେଟର ତଥା ସମାଜସେବୀ ଅମିତ୍ କୁମାର ମହାପାତ୍ର ମୂଖ୍ୟ ଅତିଥି ଭାବେ ପୂର୍ବତନ ଗଣଶିକ୍ଷା ନିର୍ଦ୍ଦେଶକ ଶିଶିର କୁମାର ପରିଜା,ସମାଜସେବୀ ତପନ କୁମାର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜେତା ଏମ୍ ସି ସିକୁ ଚାମ୍ପିଅନ ଟ୍ରଫି ଓ ସୋଆକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର‌ ରଞ୍ଜିତ ମହାନ୍ତି,ରାକେଶ କୁମାର ସ୍ଵାଇଁ, ଅଂଶୁମାନ ମିଶ୍ର,ଚନ୍ଦନ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ଶ୍ରୀମା କ୍ରିକେଟ କ୍ଲବର ସମସ୍ତ କର୍ମକର୍ତ୍ତା ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ।
Article Image
Article Image
1