ବୁଗୁଡ଼ା, 29/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ଗ୍ରାମର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା ରେ ଗିରଫ ହୋଇଥିବା ଆଉ ୨ ଅଭିଯୁକ୍ତକୁ ୨
ଦିନିଆ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରି ସେହି ଦିନ ଘଟିଥିବା ସମସ୍ତ ଘଟଣା ପଚାରି ବୁଝିବା ସହ ସେମାନଙ୍କ ଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବାସହ ଅପହରଣ ପରେ ବୁଗୁଡ଼ା ଥାନା ଅନ୍ତର୍ଗତ ରାମ ପାଦ ନିକଟ କିରିଆମ୍ବା ଜଙ୍ଗଲ କୁ ଆଣି ହତ୍ୟାକରିଥିବା ସ୍ଥାନରେ ସିନରିକ୍ରିଏସନ କରାଇଛି ପୋଲିସ ।ଦୁଇ ଅଭିଯୁକ୍ତ ହେଲେ କବିସୂର୍ଯ୍ୟନଗର ଥାନା ଅଞ୍ଚଳର ମୁକେଶ ସାହୁ ଓ ଗୁଜୁରାଟ ସୁରତର ସୁମିତ ସିଂ। ଉଭୟ ଅଭିଯୁକ୍ତ ଅପହରଣ ଠାରୁ ହତ୍ୟା ପର୍ଯ୍ୟନ୍ତ ସମସ୍ତ ଘଟଣା ସହଏହି ଘଞ୍ଚ ଜଙ୍ଗଲ ବିଷୟରେ କିଏ ସୂଚନା ଦେଇଥିଲା ।ତାର ସତ ଓଗାଲିଥିବାବେଳେ ବ୍ଲାଙ୍କ ଫାୟାରିଙ୍ଗ କରି ଡରାଇ ତାର ଭିଡିଓ ଉତ୍ତୋଳନ ଓ ବାଡେଇ ବାଡେଇ ମାରିବାର ଡେମୋ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ । ପୂର୍ବରୁ ଆଉ ତିନିଜଣ ଅଭିଯୁକ୍ତ ଙ୍କର ଏହି ଜାଗାରେ ସିନରିକ୍ରିଏସନ କରିଥିବାବେଳେ ଆଜି ଏହି ଦୁଇ ଜଣ ଙ୍କ ସିନରିକ୍ରିଏସନ କରାଇ ସେମାଙ୍କୁ ସୋରଡ଼ା ଗୋଚ୍ଛା ଜଙ୍ଗଳକୁ ନେଇଛି ଗୋପାଳପୁର ପୋଲିସ ।