ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଶିବିର ଅଦାଲତ ଅନୁଷ୍ଠିତ ।

ଢେଙ୍କାନାଳ, 29/05/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :* ତା.୨୯.୫.୨୦୨୬ - ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି I
Article Image
ଯୌତୁକ ନିର୍ଯାତନା, ବୈବାହିକ ଜୀବନରେ କଳହ , ଶାରିରୀକ ନିର୍ଯ୍ୟାତନା,ସମ୍ପତ୍ତି ହେରଫେର , ଘରୋଇ ହିଂସା, ଯୌନ ନିର୍ଯାତନା, ନାବାଳିକା ଅତ୍ୟାଚାର ତଥା ମହିଳାମାନେ କୌଣସି ପ୍ରକାରର ଅନ୍ୟାୟ ଅତ୍ୟାଚାରରେ ପିଡ଼ିତ ହୋଇ ନିଜର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହେଲେ, ବିହିତ ପ୍ରତିକାର ପାଇଁ ସେମାନେ ଜିଲା ସମାଜ ମଙ୍ଗଳ ଅଧିକାରୀ ଅଥବା ଜିଲ୍ଲାପାଳ କିମ୍ବା ଆରକ୍ଷୀ ଅଧିକ୍ଷକଙ୍କ ଅବଗତ କରାଇବାକୁ ଏବଂ ଆବଶ୍ୟକ ସ୍ଥଳେ ମହିଳା କମିଶନଙ୍କ ଦ୍ଵାରସ୍ଥ ହେବାକୁ ଓଡ଼ିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପରାମର୍ଶ ଦେଇଛନ୍ତି । ଏହି ଶିବିରରେ କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭାନା ମହାନ୍ତି ଏବଂ ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥୀ ଘରୋଇ ହିଂସାର ଶିକାର ହୋଇଥିବା ୭ ଜଣ ମହିଳାଙ୍କ ଅଭିଯୋଗ ଶୁଣାଣି କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଇନ୍ଦୁରେଖା ପଶ୍ଚିମକବାଟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଗୀତା କୁମାରୀ ପାତ୍ର, ସୁରକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ପଙ୍କଜିନୀ କର ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି କେଶ୍ ସମାଧାନ ପାଇଁ ସହଯୋଗ କରିଥିଲେ ।
5