ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ତିର୍ତ୍ତୋଲ ଠାରେ ବିଜେଡି ର ନାରୀ ଅଧିକାର ଅଭିଯାନ ପଦଯାତ୍ରା

ତିର୍ତ୍ତୋଲ, 29/05/2026, ଉତ୍କଳ voice news - utkalvoicenews.com( ରୀତା ସାହୁ ଙ୍କ ରିପୋର୍ଟ ) : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ତିର୍ତ୍ତୋଲ ଠାରେ ବିଜେଡି ର ନାରୀ ଅଧିକାର ଅଭିଯାନ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।
Article Image
ବିଜେଡି ମହିଳା ସଭାନେତ୍ରୀ ଲୋରା ମହାପାତ୍ର ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ରାଜ୍ୟ ମହିଳା କମିଶନର ମିନତୀ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଙ୍କ ଶତାଧିକ ବିଜେଡି ନେତା, କର୍ମୀ ଓ ମହିଳା ମାନେ ଯୋଗଦେଇ ଶାରଳା ରୋଡ଼ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ । ତେବେ ବିଜେପି ସରକାର ମହିଳା ଙ୍କ ପାଇଁ 33 ପ୍ରତିଶତ ସଂରକ୍ଷକ ଦେବାରେ ବିଫଳ ହେବା ସହିତ ଦୁଇ ବର୍ଷ ରେ ନାରୀ ନିର୍ଯ୍ୟାତନା ନିୟନ୍ତ୍ରଣ, ଆଇନଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଛନ୍ତି । ପରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଥିଲା ।
4