ବାଲିକୁଦା, 29/05/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
_1780073368.jpg)
ବାଲିକୁଦା ବ୍ଲକ ଯାଦବ ମହାସଭା, ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭା ଓ ଜଗତସିଂହପୁର ଜିଲା ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦର ମିଳିତ ସହଯୋଗରେ ବାଲିକୁଦା ବ୍ଲକ ଯାଦବ ମହାସଭାର ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଗକୁ ଚାରି ବର୍ଷ ତଳେ ବାଲିକୁଦା ବ୍ଲକର କେତେକ ଉତ୍ସାହୀ ଯାଦବ ଭାଇ ମାନଙ୍କର ସହଯୋଗରେ ୨୦୨୨ ମସିହା ମଇ ୨୯ ତାରିଖର ଆଜିର ଦିନରେ ବାଲିକୁଦା ବ୍ଲକ ଯାଦବ ମହାସଭା ପ୍ରତିଷ୍ଠା କରାଯାଇଥିଲା । ଯୁବ ଯାଦବର ଭାଇ ମାନେ ଝଙ୍କଡ଼ ମା’ ଶାରଳା ଙ୍କ ପୀଠରେ ପୂର୍ବାହ୍ନରେ ପୂଜାର୍ଚ୍ଚନା କରିବା ପରେ ଅପରାହ୍ନରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିକୁଦା ବ୍ଲକ ୩ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ସାଧାରଣ ସମ୍ପାଦିକା ରୁନିଲତା ବେହେରା, ଉତ୍କଳ ଯାଦବ ମହାସଭାର ଯୁଗ୍ମ-ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭାର ସଭାପତି ହେମନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ଜଗତସିଂହପୁର ଜିଲା ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦର ସଭାପତି ବିଶ୍ୱନାଥ ପରିଡ଼ା, ଗୋପାଳ ଦାସ, ନିରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଯାଦବ ମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ରାଜନୈତିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ସାଧନ, ସମାଜରୁ କୁସଂସ୍କାର ଦୂରୀକରଣ ସଙ୍ଗେ ସଙ୍ଗେ ଯାଦବ ଗୌରବର ପୁନଃ ପ୍ରତିଷ୍ଠା ଏକଦା ଆନୟନ ଏବଂ ଯୁଗୋପ ଯୋଗୀ ଆଦର୍ଶ ସମାଜ ଗଠନ ପାଇଁ ଯାଦବ ମହାସଭାର ପ୍ରୟାସ ଅଟେ । ତ୍ୟାଗ, ଦୁଃଖ, ଆନ୍ଦୋଳନ ଏବଂ ଅବିରତ ପ୍ରଚେଷ୍ଠା ବ୍ୟତିରେକ ଯାଦବ ସମାଜର ବିକାଶ ସମ୍ଭବ ନୁହେଁ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ ବେଳେ, ଶିକ୍ଷା, ସଂଗଠନ ଓ ସଂଘର୍ଷ ଆମର ଧେୟ ହେଉ ଏହା ହିଁ ଆଜିର ଯାଦବ ମହାସଭାର ଆହ୍ୱାନ ଅଟେ । ଆମ ଅଞ୍ଚଳରେ ଯାଦବ ପରିବାରର, ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ‘ଯାଦବ କଲ୍ୟାଣ ସହାୟତା ପାଣ୍ଠି’ ଆଜି ଦିନରେ ଗଠନ କରାଗଲା । ଶିକ୍ଷାକ୍ଷେତ୍ରରେ ଯାଦବ ପରିବାରର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତ୍ୟେକ ବର୍ଷ ‘ଯାଦବ ମହାସଭା ମେଧା ସମ୍ମାନ’ ପ୍ରଦାନ କରିବା ପାଇଁ ଆଜିର ଏହି ପ୍ରତିଷ୍ଠା ଦିବସରେ ନିଷ୍ପତ୍ତି ନିଆଗଲା । ଏହି ଦୁଇଟି ପ୍ରମୁଖ ଯାଦବ ମହାସଭାର କାର୍ଯ୍ୟକ୍ରମକୁ ଯାଦବ ମହାସଭାର କର୍ମକର୍ତ୍ତା ଏବଂ ଆମ ଅଞ୍ଚଳର ଯାଦବ ଭାଇ ମାନେ ଏହି କାର୍ଯ୍ୟକ୍ରମରେ ସମସ୍ତେ ସକ୍ରିୟ ସହଯୋଗ କରିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଥିଲା ।