ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଇରନ ପାଣି ପିଇବା ଦ୍ଵାରା କିଡନୀ ରୋଗରେ ଆକ୍ରାନ୍ତ ହେଲେଣି ଗାଁ ଲୋକେ।

ଏରସମା, 30/05/2026, ଉତ୍କଳ voice news - utkalvoicenews.com (ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) : ଏରସମା ବ୍ଲକ ପଲ୍ଲୀକଣ୍ଟା ପଞ୍ଚାୟତ ସୁନ୍ଦରକଣି ଗ୍ରାମରେ ଆଜକୁ ଦୀର୍ଘ ଦିନ ଧରି ଏହି ଗ୍ରାମବାସୀ ମାନେ ପାଣି ଟିକକ ପାଇଁ ହଇରାଣ ହଉଛନ୍ତି।ନଳକୂପ ଅଛି କିନ୍ତୁ ସେଥିରୁ ବାହାରୁଛି ନାଲି ରଙ୍ଗର ପାଣି।ଆଉ କିଛି ନଳକୂପ ତ ହେଣ୍ଡେଲ ଧରି ମାରିଲା ବେଳକୁ ନଳକୂପ ହଲୁଛି।ସବୁ ତକ ନଳକୂପ ରୁ ବାହାରୁଛି ନାଲି ରଙ୍ଗର ପାଣି।ବସୁଧା ପାଣି ପାଇବା ପାଇଁ ସାତ ସପନ ହୋଇ ପଡ଼ିଛନ୍ତି ଏହି ଗ୍ରାମର ଲୋକେ। ପାଇପ୍ ବିଛା ଯାଇଛି ହେଲେ ପାଣି ଯାଉନାହିଁ ଗାଁ କୁ।ଆଜକୁ ପାଞ୍ଚ ବର୍ଷ ହେଲାଣି ପାଣି ଜନିତ ସମସ୍ୟାର ଜଡ଼ିତ ଅଛନ୍ତି ଏହି ଗ୍ରାମର ଲୋକମାନେ।ଏହି ଗ୍ରାମର କିଛି ଲୋକ କିଡ଼ିନୀ ରୋଗରେ ବି ଆକ୍ରାନ୍ତ ହେଲେଣି ।ପାଣି ଟିକକ ପାଇଁ କାକୁତି ମିନତି ହେଉଛନ୍ତି ଗାଁ ଲୋକେ।ପ୍ରଶାସନ କୁ ଜଣାଇଲେ ବି ପ୍ରଶାସନ ଚୁପ୍। ।ଏହି ନାଲି ରଙ୍ଗର ପାଣି ଙ୍କୁ ନେଇ ଚଲୁଛନ୍ତି ଗାଁ ଲୋକେ ।ଗୋରୁ,ଗାଈ ,ପିଲା ଛୁଆ ସମସ୍ତଙ୍କର ଭରଷା ସାଜିଛି ଏହି ନଳକୂପ। ଭଲ ପୋଖରୀ ବି ନାହିଁ ଗାଧୁଆ ପାଦୁଆ କରିବାକୁ।
Article Image
ନଈ ପାଣି ଲୁଣିଆ।ଲୁଗା ପଟା ସବୁ ହଳଦିଆ ହୋଇଯାଉଛି ଏହି ନଳକୂପ ପଣିଆରେ।ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ଗାଁ ଲୋକେ।ଏହି ଗ୍ରୀଷ୍ମ ପ୍ରବାହ ରେ ପାଣିର ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଗୁହାରି ଜଣାଇଛନ୍ତି ଗଣ ମାଧ୍ୟମ ପାଖରେ।ହାତ ଯୋଡ଼ି ଗାଁ ର ମା ମାନେ ଗୁହାରି ଜଣାଉଛନ୍ତି ଏହି ସମସ୍ୟା ର ସମାଧାନ ପାଇଁ।
4