ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଶାମୁକ୍ତ ଆନ୍ଦୋଳନ ଅଣ୍ଟା ଭିଡ଼ିଲେ ମହିଳା

ଏରସମା, 30/05/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
ଗାଁ ଗାଁରେ ଚୋରା ମଦ ବେପାର ଚାଲିଛି।ଗାଁ ପରିବେଶ ନଷ୍ଟ ହେଉଛି।ମଦ ଯୋଗୁଁ ପାରିବାରିକ ଜିବନ ଦୁର୍ବିସହ ହୋଇ ପଡ଼ୁଛି। ଛୋଟ ଛୋଟ ପିଲାମାନେ ଏଥିଯୋଗୁଁ ନଷ୍ଟ ହୋଇଯାଉଛନ୍ତି।ଏଥିପାଇଁ ସମଗ୍ର ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ମହିଳା ମାନେ ଅଣ୍ଟା ଭିଡିଛନ୍ତି।ଏରସମା ବ୍ଲକ୍ ଆମ୍ବିକି ପଞ୍ଚାୟତର ସମସ୍ତ ସ୍ଵୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଓ ସଦସ୍ୟା ମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି।ଏହି ଉପଲକ୍ଷେ ଶୁକ୍ରବାର ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ସାମିଲ ହୋଇ ପଞ୍ଚାୟତର ବିଭିନ୍ନ ଗ୍ରାମ ଆମ୍ବିକି,ଚାଉଳିଆ,ବଢେଇ ସାହି, ଭୁୟାଁ ସାହି, ଦାସ ସାହି ପ୍ରଭ୍ରୃତି ପରିକ୍ରମା କରିଛନ୍ତି।ଗାଁ ଗାଁରେ ମଦ ବେପାର ଚଳିବ ନାହିଁ ପ୍ରଭ୍ରୃତି ନାରାଦେଇ ଗାଁ ପରିକ୍ରମା କାଳରେ ବିଭିନ୍ନ ଗ୍ରାମରେ ଚୋରା ମଦବେପାରୀଙ୍କ ଘରକୁ ଯାଇ ଏଥିରୁ ନିବୃତ ରହିବାପାଇଁ ଚେତାବନୀ ଦେଇଛନ୍ତି।ନଚେତ୍ ଘର ଆଗରେ ଆନ୍ଦୋଳନ କରାଯିବ,ପୁଲିସକୁ ଖବର ଦିଆଯିବ ଏବଂ ଗଛିତ ମଦକୁ ନଷ୍ଟ କରିଦିଆଯିବ ବୋଲି ମହିଳା ମାନେ ଧମକ ଦେଇଛନ୍ତି।ଆଜିର ମଦମୁକ୍ତ ଆନ୍ଦୋଳନରେ ମା' ଅମ୍ବିକାଇ, ଲକ୍ଷ୍ମୀବାଇ,ଗୋରେଖନାଥ,ମହାବୀର,ତାରା ତାରିଣୀ,ସଙ୍କଟ ମୋଚନ ଓ ବାଳକେଶ୍ଵର ପ୍ରଭ୍ରୃତି ସ୍ଵୟଂ ସହାୟିକା ଗୋଷ୍ଠୀର ଅନ୍ନପୂର୍ଣ୍ଣା ସ୍ବାଇଁ,ଟୁନି ଜେନା,ସୁମନ ଜେନା,ଅହଲ୍ୟା ମହାନ୍ତି, ରଶ୍ମିତା ଘଡେ଼ଇ,ନିରୁପମା ସାହୁ,ଟୁକୁନି ବିଶ୍ଵାଳ,ନମିତା ବିଶ୍ଵାଳ,ମାତା କାଣ୍ଡି ଓ ଆରତୀ କାଣ୍ଡି ପ୍ରମୁଖ ନେତ୍ରୃତ୍ୱ ନେଇଥିଲେ।ଆଜିର ନିଶାମୁକ୍ତ ଆନ୍ଦୋଳନରେ ଆମ୍ବିକି ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ଜେଠି ମଧ୍ୟ ସାମିଲ ହୋଇଥିଲେ।
4