ଗଂଜାମ / ପୁରୁଷୋତ୍ତମପୁର, 30/05/2026, ଉତ୍କଳ voice news - utkalvoicenews.comପୁରୁଷୋତ୍ତମପୁର ସହରର ମୁଖ୍ୟ ଛକ କାଳୀ ମନ୍ଦିର ଛକରେ ଏକ ସାର୍ବଜନୀନ ଶୌଚାଳୟ ନିର୍ମାଣ ପାଇଁ ସ୍ଥାନୀୟ ଜନତା ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି। ସାମାଜିକ ଗଣମାଧ୍ୟମ

ଏବଂ ଫେସବୁକ୍ ଆପ୍ରେ ଘନ ଘନ ନିବେଦନ ଓ ପୋଷ୍ଟ ଭାଇରାଲ ହେଉଥିଲେ ମଧ୍ୟ କାଳୀ ମନ୍ଦିର ଛକରେ ଆଜି ପର୍ଯ୍ୟନ୍ତ ଶୌଚାଳୟ ଖଣ୍ଡେ ନିର୍ମାଣ ହୋଇପାରିଲା ନାହିଁ। ଫଳରେ ଲୋକେ ବାହାରେ ମଳତ୍ୟାଗ କରି ଅପମାନିତ,ଅପଦସ୍ତ ଏବଂ ଲଜ୍ଜିତ ହେଉଛନ୍ତି |
କାଳୀ ମନ୍ଦିର ଛକ ଏକ ବ୍ୟସ୍ତବହୁଳ ଅଞ୍ଚଳ। ପ୍ରତିଦିନ ଶହ ଶହ ଲୋକ,ବସ୍ ଯାତ୍ରୀ,ମହିଳା ଓ ବୃଦ୍ଧମାନେ ଏଠାରେ ଅଟକନ୍ତି। ଶୌଚାଳୟ ନଥିବାରୁ ବିଶେଷ କରି ମହିଳା ଓ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଦୋକାନୀମାନେ ମଧ୍ୟ ଗ୍ରାହକଙ୍କ ଏହି ସମସ୍ୟା ଯୋଗୁଁ ବ୍ୟବସାୟ ପ୍ରଭାବିତ ହେଉଥିବା କହିଛନ୍ତି।
ଏହାକୁ ନେଇ ଜନସାଧାରଣ ଅଶାନ୍ତି ହୋଇ ଚାହା ଖଟିରେ ଚର୍ଚ୍ଚା କରୁଛନ୍ତି | ଏହା ଉପରେ ଜନ ସାଧାରଣଙ୍କ ପ୍ରଶ୍ନ ଏନ ଏ ସି ପାଖରେ ପ୍ରସ୍ତାବ ପଡିରହିଛି ନା ଫାଇଲ୍ ଆଗକୁ ବଢୁନି ?
ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ବିଧାୟକ କିମ୍ବା ଏନ ଏ ସି ନେତୃତ୍ୱ ଏଥିପ୍ରତି କେତେ ଗୁରୁତ୍ୱ ଦେଉଛନ୍ତି ? ଶୌଚାଳୟ ପାଇଁ ଉପଯୁକ୍ତ ସରକାରୀ ଜମି ଚିହ୍ନଟ ହୋଇଛି କି ନାହିଁ ?
ସୋସିଆଲ୍ ମିଡିଆରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି,"ସ୍ୱଚ୍ଛ ଭାରତ ମିଶନ୍ରେ କୋଟି କୋଟି ଖର୍ଚ୍ଚ ହେଉଛି,ହେଲେ ଆମ ଛକରେ ଗୋଟେ ଶୌଚାଳୟ ନାହିଁ।" ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି,"ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଉଥିବା ନେତା ଏବେ କୁଆଡେ ଗଲେ ?"
ଏ ବିଷୟରେ ସ୍ଥାନୀୟ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ମୋବାଇଲରେ ଯୋଗାଯୋଗ କରିବାରୁ । ସେ କହିଛନ୍ତି "ପ୍ରସ୍ତାବ ଆମ ପାଖରେ ଅଛି। ଫଣ୍ଡ ମଞ୍ଜୁରୀ ହୋଇଛି,ଜାଗା ଚିହ୍ନଟ ଏବଂ ଟେଣ୍ଡର କାର୍ଯ୍ୟ ମଧ୍ୟ ସରିଛି | କିନ୍ତୁ କଣ୍ଟ୍ରାକ୍ଟର ୨୮ % କାଟିକି ପକାଇବା ଯୋଙ୍ଗୁ ନିମ୍ନ ମାନର କାର୍ଯ୍ୟ ହେବ ବୋଲି ଆମେ ଟେଣ୍ଡର ବାତିଲ କରି ପୁଣି ନୂତନ ଟେଣ୍ଡର ପ୍ରକିୟା କରି ଶୀଘ୍ର କାମ ଆରମ୍ଭ କରିବୁ ।" କିନ୍ତୁ ଏଠାରେ ପ୍ରଶ୍ନ ଆସୁଛି କଣ୍ଟ୍ରାକ୍ଟର ଟେଣ୍ଡର କାଟିକି ପକାଉଛନ୍ତି କାହିଁକି? ଏହା ସହ ଲୋକଙ୍କ ପ୍ରଶ୍ନ ସ୍ୱଚ୍ଛତା ଓ ମୌଳିକ ସୁବିଧା ପ୍ରତି ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି କେବେ ଗୁରୁତ୍ୱ ଦେବେ,ତାକୁ ହିଁ ଅପେକ୍ଷା କରିଛନ୍ତି ପୁରୁଷୋତ୍ତମପୁର ସହର ବାସୀ! ।