ଭୁବନେଶ୍ୱର, 04/11/2024, ଉତ୍କଳ voice news - utkalvoicenews.comଦେଶର କିଛି ଯୁବପିଢୀ ଓ ଛାତ୍ର ଛାତ୍ରୀମାନେ ଦିନକୁ ଦିନ ଅବୈଧ ନିଶା ସେବନ ଦିଗରେ ବିପଥଗାମୀ ହେବା ଦ୍ବାରା ଏହା ଯେ କେବଳ ସମାଜରେ କୁପ୍ରଭାବ ପକାଏ ତାହା ନୁହେଁ, ବରଂ ଏହା ଆମ ଦେଶର ମେରୁଦଣ୍ଡକୁ ଦୁର୍ବଳ କରି ଦେଉଛି। ଅବୈଧ ଡ୍ରଗ୍ସ୍ ସେବନର ଅପକାରିତା ବିଷୟରେ ଯୁବ ପୀଢ଼ିଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ "ବାଣୀଧାରା" ସଙ୍ଗଠନ ଓଡିଶାର ବିଭିନ୍ନ ପ୍ରାନ୍ତରେ ସଚେତନଧର୍ମି କାର୍ଯକ୍ରମ କରି ଆସୁଅଛି।
ସଙ୍ଗଠନ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଏବଂ ଅଧିକରୁ ଅଧିକ ସ୍ବେଚ୍ଛାସେବୀ ତିଆରି କରିବାର ଲକ୍ଷ ରଖି ଏକ ଦୁଇ ଦିନିଆ କର୍ମଶାଳା ଆୟୋଜନ କରାଯାଉ ଅଛି, ଏହି କର୍ମଶାଳାରେ ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଯୋଗ ଦେବାକୁ ସ୍ଵୀକୃତି ପ୍ରଦାନ କରିଥିବା ବେଳେ, ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ଜିଲ୍ଲାରୁ ଛାତ୍ର ଛାତ୍ରୀ ମାନେ ଯୋଗଦେବାର କାର୍ଯକ୍ରମ ରହିଛି। ଏହା ନିଶ୍ଚିତ ଭାବରେ ସମାଜରେ ସଚେତନତା ସୃଷ୍ଟି କରିବା ସହ ଭାରତ ସରକାରଙ୍କ "ନସା ମୁକ୍ତ ଭାରତ ଅଭିଯାନ"ର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ ଭଳି କାର୍ଯ୍ୟ କରିବ। ଏହି ଅବସରର "ବାଣୀଧାରା" ସଙ୍ଗଠନର ଆବାହକ ଆଇନଜୀବୀ ଗତିକୃଷ୍ଣ ଶତପଥି, କରୁଣାକର ସାହୁ, ସତ୍ୟସୁନ୍ଦର ସାମନ୍ତରାୟ ଓ ବ୍ରଜ ସୁନ୍ଦର ଦାସ ପୋଲିସ୍ ଡି.ଜି. ଶ୍ରୀ ୱାଇ ବି. ଖୁରାନିଆଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଆଗାମୀ ଦିନରେ ଓଡ଼ିଶାରେ କିପରି ଅବୈଧ ଡ୍ରଗ୍ସ୍ କାରବାର ବନ୍ଦ କରାଯାଇପାରିବ, ସେହି ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ
