ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଟୁଆ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଏରସମା, 13/02/2025, ଉତ୍କଳ voice news - utkalvoicenews.comଏରସମା ବ୍ଲକ ଚଟୁଆ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।
Article Image
ମୁଖ୍ୟ ଅତିଥି ଭାବେ ଚଟୁଆ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବଦତ୍ତ ସାହାଣୀ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ କ୍ରୀଡ଼ା ପତ୍ତକାକୁ ଉତ୍ତୋଳନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ସ୍ମୀତା ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଚଟୁଆ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ସାହାଣୀ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଅଗ୍ରଗାଣୀ ଭୂମିକା ଗ୍ରହଣ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ନୈତିକ ଶିକ୍ଷା ସମାଜ ବଦଳାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଲୋକନାଥ ତରାଇ ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ପ୍ରକାର କ୍ରିଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। କ୍ରୀଡ଼ା ଶିକ୍ଷୟିତ୍ରୀ ପ୍ରଭାତୀ ସାହୁ ଓ ଶିକ୍ଷକ ବିକ୍ରମ କୁମାର ନାୟକ କ୍ରୀଡ଼ା ପ୍ରତିଯୋଗିତାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ଚଟୁଆ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୈଳବାଳା ସ୍ୱlଇଁ,ନମିତା ମୁଦୁଲି, ତୃଷ୍ଣl ମହାପାତ୍ର,ସବିତା ରାଉତ,ଆଶାଲତା ଦତ୍ତ,ଋତୁ ରାମେଶ୍ଵରୀ ବେଉରା,ରାଜରାଣୀ ପରିଡ଼ା,ଅଣ୍ଣପୂଣ୍ଣା ସ୍ୱlଇଁ, ସଂଘମିତ୍ରା ସାମନ୍ତରାୟ, ଦେବଶ୍ରୀ ସ୍ୱ‌lଇଁ,ସୈlଭାଗିନୀ ମିଶ୍ର, କିରାଣୀ ସଂକୁନ୍ତଳା ବେହେରା, ଚତୁର୍ଥଶ୍ରେଣୀ କର୍ମଚାରୀ ଛବିଳ କୁମାର ସ୍ୱାଇଁ, ଝୁନାରାଣୀ ଦଳାଇ ,ଚଟୁଆ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମମତା ସ୍ୱlଇଁ, ରମେଶ ଗୋଛାୟତ, ଦମୟନ୍ତୀ ଗୋଛାୟତ,ଅଭିଭାବକ ଟୁଲିଆ ଶ୍ରୀକାନ୍ତ ନାଥ,ମଳୟ ରଞ୍ଜନ ସୂତାର,ଶଶ୍ମୀତା ସ୍ୱlଇଁ ପ୍ରମୁଖ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
1