କୁଜଙ୍ଗ , 30/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା -୨୮/୫ :

କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ପଞ୍ଚାୟତ ଷଣ୍ଢପୁର ଗ୍ରାମର ସ୍ୱର୍ଗତ ଅଗଣି ପରିଡାଙ୍କ ସହଧର୍ମିଣୀ ଛାୟା ପରିଡା (୭୨) ନିଜ ଶରୀର ର ବିିଭିନ୍ନ ଅଙ୍ଗ ପ୍ରତ୍ଯଙ୍ଗ ଦାନ କରି ସମାଜପାଇଁ ଅନନ୍ଯ ଉଦାହରଣ ସ୍ରୁଷ୍ଟି କରିବା ସହ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି। ଘଟଣାରୁ ପ୍ରକାଶ ୨ଦିନ ତଳେ ଛାୟା ପରିଡା ଙ୍କ ଦେହ ହଠାତ୍ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କର ଚିକିତ୍ସା ପାଇଁ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥା ରେ ଡାକ୍ତର ବ୍ରେନଡେଡ ବୋଲି ଘୋଷଣା କରିଥିଲେ। ପରିବାର ଲୋକଙ୍କ ସହ ବିଚାର ବିମର୍ଷ ପରେ ଛାୟା ଙ୍କ କିଡିନ,ଲିଭର ସମେତ ଶରୀରର ବଭିନ୍ନ ଅଙ୍ଗ ପ୍ରତ୍ଯଙ୍ଗ ସରକାରୀ ହସ୍ପିଟାଲ କୁ ପ୍ରଦାନ କରାଯାଇ ଥିଲା ପରେ ଗ୍ରାମ୍ଯ ଶ୍ମଶାନରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକ୍ରୁତ୍ଯ ସମ୍ପନ୍ନ କରାଯାଇ ଥିଲା। ଉକ୍ତ ଅନ୍ତେଷ୍ଟି କ୍ରିଆରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜୟକୁମାର ଦାସ ଥାନାଅଧିକାରୀ ଶିବାସିସ ଦାସ,ବାଗୋଇ ସାସ୍କୃତିକ ମହୋତ୍ସବର ସଭାପତି ଶୁଶାନ୍ତ କୁମାର ସାହୁ, ଯୁବନେତା ପ୍ରଫୁଲ ପରିଡା,ସୁବାସ ସାମନ୍ତରାୟ ମନୋଜ ପରିଡା ଦେବେନ୍ଦ୍ର ସାମନ୍ତରାୟ,ବିଘ୍ନେସ ପରିଡା ଙ୍କ ସମେତ ପଞ୍ଚାୟତ ର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ।