ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବ ସରପଞ୍ଚ ସ୍ୱର୍ଗତ ଲକ୍ଷ୍ମୀଧର ସାହୁଙ୍କ ସ୍ମୁତି ସଭା

କୁଜଙ୍ଗ , 30/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ତା - ୨୭/୫ :
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠି ପଞ୍ଚାୟତ ର ଯୁବ ସରପଞ୍ଚ ସ୍ୱର୍ଗତ ଲକ୍ଷ୍ମୀଧର ସାହୁଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୁତି ଚାରଣ ସଭା କୋଠି ପଞ୍ଚାୟତ କାର୍ଯ୍ଯାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ର ମୂରବୀ ହରେକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୁତି ସଭାରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି,ବ୍ଲକ ଚେୟାରମ୍ୟାନ ନିନାରାଣୀ ସାହୁ, ସୁଢ଼ଳ କୁମାର ସ୍ୱାଇଁ,ଏରସମା ବ୍ଲକ ବିଜେଡି ସଭାପତି ପିତବାସ ଗୋଛାୟତ, କୁଜଙ୍ଗ ବ୍ଲକ ବିଜେଡି ସଭାପତି ମନିନ୍ଦ୍ର ଗୁରୁ, ଶ୍ରମିକନେତା ଗୋଲେଖ ନାୟକ, ସମାଜସେବୀ ବାଳକ୍ରୁଷ୍ଣ ଜେନା, ଆଇନଜୀବୀ ଗତିକ୍ରୁଷ୍ଣ ସତପଥୀ, ନାରିନେତ୍ରୀ ସବିତା ମହାପାତ୍ର, ପ୍ରଭାତି ନାୟକ, ସୁରେନ୍ଦ୍ର ସ୍ୱାଇଁ, ମାନସ ପରିଡା,ରବିନ୍ଦ୍ର ତରାଇ, ଅରକ୍ଷିତଦାସ,ମିହିର ରଞ୍ଜନ ସାହୁ ପ୍ରମୁଖ ସ୍ୱର୍ଗତ ସାହୁଙ୍କ ଫଟଚିତ୍ର ରେ ପୁଷ୍ପ ଗଛ ପ୍ରଦାନ କରିବା ସହ ତାଙ୍କର ସରଳ ସ୍ୱଭାବ,ପରୋପକାରୀ କର୍ତବ୍ୟନିଷ୍ଠା ସମ୍ପର୍କରେ ରୋମାନ୍ଥନ କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସରପଞ୍ଚ ସଂଘର କର୍ମକର୍ତ୍ତା, ପଞ୍ଚାୟତର ଯୁବ,ଛାତ୍ର ମୂରବୀ ବହୁ ସଂଖ୍ଯା ରେ ଯୋଗଦେଇ ସ୍ୱର୍ଗତ ସାହୁ ଙ୍କୁ ଶ୍ରଦ୍ଧା ସୁମନ ଜଣାଇିଁଥିଲେ। ପ୍ରଶାନ୍ତ ଆଚାର୍ଯ୍ୟ ସଭା ମଞ୍ଚ ପରିଚାଳନା କରିଥିଲେ।
3