ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହ।

ଏରସମା, 30/05/2026, ଉତ୍କଳ voice news - utkalvoicenews.com (ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
ଏରସମା ବ୍ଲକ ନୁଆଡିହି ପଞ୍ଚାୟତ ଏରସମା-ଚଟୁଆ ମୁଖ୍ୟ ରାସ୍ତା ନିକଟ ଜଳଉ ଠାରେ ଆଜି ସକାଳୁ ଏକ କଲଭେଟ ନଳା ଭିତରୁ ଅଜଣା ଅଚିହ୍ନା ଯୁବକ ର ମୃତ ଦେହ ମିଳିଛି। ପ୍ରଥମେ ମଇଁଷି ଜଗୁଆଳି ମାନେ ମଇଁଷି ନେଇ ସେହି ବାଟରେ ଯାଉଥିବାବେଳେ ନଜର ପଡ଼ିଥିଲା ସେହି କଲଭେଟ ଭିତରକୁ।ଏକ ଯୁବକ ମରିପଡ଼ିଥିବା ଦେଖି ନିକଟରେ ଚିଙ୍ଗୁଡ଼ି ଘେରି କରିଥିବା ମନୋରଞ୍ଜନ ରାଉତ ଙ୍କୁ ଜଣାଇଥିଲେ।ଯାହାଫଳରେ ମନୋରଞ୍ଜନ ରାଉତ ଏହାକୁ ଦେଖି ଏରସମା ଥାନା କୁ ଖବର ଦେଇଥିଲେ।ଏରସମା ଥାନା ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଯୁବକ ବିଷୟରେ ପଚରା ଉଚରା କରିଥିଲେ। ଅଗ୍ନିଶ୍ରମ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି କଲଭେଟ ନଳା ଭିତରୁ ଶବ ବାହାର କରିଥିଲେ।ଯୁବକର ମୁହଁ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ଯୁବକ ବିଷୟରେ ସଠିକ ଖବର ନ ମିଳିବାରୁ ପୋଲିସ ସାଇନ୍ତିଫିକ ଟିମ୍ କୁ ଖବର ଦେବା ସହ ଶବକୁ ବ୍ୟବଚ୍ଛଦ କରିବା ପାଇଁ କୁଜଙ୍ଗ ଶବ ବ୍ୟବଚ୍ଛଦ ଗୃହକୁ ପଠାଯାଇଛି। ଏ ପର୍ଯ୍ୟନ୍ତ ଯୁବକର କୌଣସି ପରିଚୟ ମିଳିନାହିଁ ।ପୋଲିସ ତଦନ୍ତ ଜାରି ରଖିଛି।
5