ଏରସମା, 30/05/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
ଏରସମା ବ୍ଲକ ଓର୍ନାଳ ଗ୍ରାମର ଦିପ୍ତିମୟୀ ସ୍ୱାଇଁ ଓ ଦେବେନ୍ଦ୍ର ସ୍ୱାଇଁ ଙ୍କ ପୁତ୍ର ଜୟ ପ୍ରକାଶ ସ୍ୱାଇଁ ଚଳିତ ବର୍ଷ ଏରସମା ସ୍କୁଲ ତରଫରୁ ମାଟ୍ରିକ ପରୀକ୍ଷାରେ ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଆଡମିଟ କାର୍ଡ ରେ ସମସ୍ତଙ୍କ ନାମ ଠିକ ଠାକ୍ ଥିଲା।କିନ୍ତୁ ଯେତେବେଳେ ମାର୍କ ସିଟ୍ ଆସିଲା ସେତେବେଳକୁ ଜୟ ପ୍ରକାଶ ସ୍ୱାଇଁ ନାମ ଜାଗାରେ "ସୋନାଲି ଭୋଇ" ହୋଇଆସିଛି।ବର୍ତ୍ତମାନ ବିଭିନ୍ନ କଲେଜ ରେ addmisaion ପାଇଁ ସମସ୍ତ ପିଲା ପ୍ରସ୍ତୁତ ହୋଇଥିଲା ବେଳେ ଏହି ପିଲାଟି addmisaion ରୁ ବଞ୍ଚିତ ରହୁଛି।
ଯାହାଫଳରେ କି ପିଲା ସହିତ ବାପା ମା ଚିନ୍ତାରେ ପଡ଼ି ଯାଇଛନ୍ତି।ଏକଥା ଏରସମା ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ମେ,ମାସ ଆଠ ତାରିଖରେ ପିଲାର ବାପା ଅବଗତ କରାଇଥିଲେ ସୁଧା ଆଜି ଯାଏ କୌଣସି ସମାଧାନ ହୋଇପାରିଲା ନାହିଁ। । ଯାହାଦ୍ଵାରା ବାପା ମା ଚିନ୍ତାରେ ପଡ଼ିଯାଇଛନ୍ତି ।ବୋର୍ଡ ଅଫିସ ର ଏ ଭଳି ଭୁଲ ଆଜି ପିଲାର ଭବିଷ୍ୟତ ଉପରେ ପ୍ରଶ୍ନ ଉଠୁଛି।