ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ମା ବିରଜା ସେବା ସଂଗଠନ ଓଡ଼ିଶା ତରଫରୁ ପଥିକମାନଙ୍କୁ ଜଳଛତ୍ର ମଧ୍ୟମରେ ଦହି ସର୍ବତ ବଣ୍ଟନ।

କୁଜଙ୍ଗ , 31/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଠାରେ ଥିବା ମା ବିରଜା ସେବା ସଂଗଠନ ତରଫରୁ ଆଜି ଜଳଛତ୍ର କାର୍ଯ୍ୟକ୍ରମ କରାଯାଇଛି। , ବିଗତ କିଛି ଦିନ ହେବ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଜାର ଘାଟ ଚାରିଆଡେ ଲୋକ ଶୂନ୍ୟ ଦେଖବାକୁ ମିଳିଥିଲା। ଦିନ ଦଶଟା ରୁ ଅପରାହ୍ନ ଚାରିଟା ଯାଏଁ ଲୋକେ ବାହାରକୁ ବାହାରି ପାରୁନଥିଲେ। ଏହି ସମୟରେ ମା ବିରଜା ସେବା ସଂଗଠନ ଓଡ଼ିଶା କୁଜଙ୍ଗର ସମସ୍ତ ସଦସ୍ୟ ମାନେ ଆଜି ଏହି ଜଳଛତ୍ର ର ବ୍ୟବସ୍ଥା କରିଥିଲେ। ଏଥିରେ କୁଜଙ୍ଗର ବିଶିଷ୍ଟ ଆଇନଜୀବୀ ଶ୍ରୀମତୀ *ମଞ୍ଜୁଲତା ରାଉତ୍* ଅତିଥି ଭାବରେ ଯୋଗଦାନ କରିଥିଲେ, ଏବଂ ମା ବିରଜା ସେବା ସଂଗଠନର ନାରୀନେତ୍ରୀ ରାଜଲକ୍ଷ୍ମୀ ବେହେରା, ସୋମନାଥ ବେହେରା,ରାଜଦୀପ୍ ରାଉତ୍, ମାନସୀ ନାୟକ, ଲକ୍ଷ୍ମୀପ୍ରିୟା ନାୟକ, ରୁବିନା ରାଉତ୍, ପବିତ୍ର ପାତ୍ର, ସୂର୍ଯ୍ୟକାନ୍ତ ବେହେରା, ତାରାକାନ୍ତ ମୁଦୁଲିଙ୍କ ସମେତ ମା ବିରଜା ସେବା ସଂଗଠନର ପ୍ରେସିଡେଣ୍ଟ ଶ୍ରୀ ଯୁକ୍ତ *ଟୁକୁନା ଡାକୁଆ*ଏବଂ ନିର୍ଦ୍ଦେଶକ *ମାନସ କୁମାର ପଣ୍ଡାଙ୍କ* ମଧ୍ୟ ଖୁବ୍ ଯୋଗଦାନ ରହିଅଛି। ଯାହା ଫଳରେ ଏହି ଭୀଷଣ ଗ୍ରୀଷ୍ମ ରାଜପଥ ଦେଇ ଯିବା ଆସିବା କରୁଥବା ସମସ୍ତ ଲୋକେ ଏହି ଠାରେ ଦହିପାଣି ବି ସର୍ବତ ପିଇ ଆନନ୍ଦରେ ନିଜର କାର୍ଯ୍ୟକୁ ଅଗ୍ରସର ହୋଇପାରିବେ।
6