ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଲଥାଙ୍ଗରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ଆଚାର୍ଯ୍ୟଙ୍କ ସ୍ମୃତି ସଭା

କୁଜଙ୍ଗ / ଲଥାଙ୍ଗ, 31/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା - ୩୦/୫ :
Article Image
ବିଶିଷ୍ଟ ଶିକ୍ଷାବିତ୍ ତଥା ଓକଲା ସତ୍ ସଙ୍ଗ କେନ୍ଦ୍ର ପ୍ରାକ୍ତନ ସଭାପତି ସୁରେନ୍ଦ୍ର ନାଥ ଆଚାର୍ଯ୍ୟଙ୍କ ଦ୍ୱାଦଶାହ ଉପଲକ୍ଷ ଏକ ସ୍ମୃତି ଚାରଣ ସଭା ଶୁକ୍ରବାର ମଧ୍ୟାହ୍ନ ରେ ଲଥାଙ୍ଗ ସ୍ଥିତ ବାସ ଭବନରେ ଅନୁଷ୍ଠିତ ହୋଇଯାଇଅଛି। ପଣ୍ଡିତ ଭାବଗ୍ରାହୀ ମିଶ୍ରଙ୍କ ସଭାପତିତ୍ଵରେ ଶିକ୍ଷାବିତ୍ ମୁରାରି ମିଶ୍ର , ନିରଞ୍ଜନ ନାୟକ, ପୋତାନଇ ସରପଞ୍ଚ ବ୍ରଜ କିଶୋର ମହାରାଜ, ଶିକ୍ଷକ ନେତା ଅକ୍ଷୟ କୁମାର ଦାସ, ପ୍ରଫୁଲ୍ଲ କୁମାର ମହାପାତ୍ର, ସମାଜ ସେବୀ ଡ଼ଃ ସୁନାକର ବେହେରା, ବରିଷ୍ଟ କମ୍ୟୁନିଷ୍ଟ ନେତା ବାବୁରାମ ଚୌଧୁରୀ ,ଧିରେନ୍ଦ୍ର ନାଥ ଆଚାର୍ଯ୍ୟ, ପ୍ରାଧ୍ୟାପକ ତଥା ସହ ପ୍ରତି ରିତିକ ପ୍ରକାଶ କୁମାର ଶତପଥୀ, ସେବା ନିବୃତ୍ତ ଶିକ୍ଷା ପ୍ରଶାସକ ଗୋପ ବନ୍ଧୁ ନାୟକ, ଅମିୟ ପାଳ, ଶିକ୍ଷାବିତ୍ ଵିନୋଦ ବିହାରୀ ମୁଦୁଲି, ନାରାୟଣ ଆଚାର୍ଯ୍ୟ, ଅକ୍ଷୟ କୁମାର ପାଳ, କବି ନବୀନ ପ୍ରଧାନ, ଦୀପ୍ତି ମାୟୀ ଲେଙ୍କା, ବିଜୟ ପଣ୍ଡା, ପ୍ରମିଳା ବାରିକ୍, ବିଷ୍ଣୁ ଚରଣ ଖଟୁଆ, ଗୌରାଙ୍ଗ ସାହୁ, ଶରତ ଶତପଥୀ, ଗଙ୍ଗାଧର ସ୍ୱାଇଁ, ପ୍ରହ୍ଲାଦ ଦଳାଇ, ନାରାୟଣ ବିହାରୀ, ସୋନାଲିକା ଆଚାର୍ଯ୍ୟ, ଅଜୟ କୁମାର ଆଚାର୍ଯ୍ୟ, ମିନତୀ ମିଶ୍ର, ରୁଦ୍ର ପ୍ରସାଦ ନନ୍ଦ, ବିଷ୍ଣୁ ଚରଣ ମୁଦୁଲି, ସାବିତ୍ରୀ ମହାପାତ୍ର, ଶୁକ ଦେବ ନାୟକ ପ୍ରମୁଖ ପଚାଶରୁ ଉର୍ଦ୍ଧ୍ବ ମୂରବୀ ଛାତ୍ର ଓ ଶିକ୍ଷକ ନେତା ଯୋଗ ଦେଇ ତାଙ୍କର ଶିକ୍ଷକତା ଜୀବନ ଓ ସାମାଜିକ ଜୀବନ ତ୍ୟାଗ ଆଦର୍ଶ ଆଜି ବି ଯୁବ ସମାଜ ପାଇଁ ପ୍ରେରଣା ବୋଲି କହିଥିଲେ। ବରିଷ୍ଠ ନାଗରିକ ଓ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଚନ୍ଦାପାଟ ଜୋନ୍ ତରଫରୁ ଏହି ସଭା ରେ ତାଙ୍କ ପତ୍ନୀ ନିରୁପମା ଆଚାର୍ଯ୍ୟ ଉପସ୍ଥିତ ଥିଲେ ଓ ଶେଷରେ ତାଙ୍କ ଭାଇ ଧନ୍ଯବାଦ ଅର୍ପଣ କରିଥିଲେ।
3