ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାତ୍ର ₹549 ପ୍ରିମିୟମରେ India Post ଓ India Post Payments Bank ମାଧ୍ୟମରେ ₹10 ଲକ୍ଷ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ରାଶି ପ୍ରଦାନ

ଢେଙ୍କାନାଳ, 31/05/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ସ୍ଥାନୀୟ ଭାଗୀରଥୀ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଅଡିଟୋରିୟମ୍‌ଠାରେ ଢେଙ୍କାନାଳ ଡାକ ମଣ୍ଡଳ ପକ୍ଷରୁ ଆୟୋଜିତ ବ୍ୟବସାୟ ବିକାଶ ଓ ସମ୍ମାନ ସମାରୋହ ଅବସରରେ India Post ଓ India Post Payments Bank (IPPB) ମାଧ୍ୟମରେ ଉପଲବ୍ଧ Aditya Birla Group Personal Accident Insurance Policy ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ମୃତ ବୀମାଧାରୀ ଶ୍ରୀ ଜିତେନ୍ଦ୍ର ନାୟକଙ୍କ ପରିବାରକୁ ₹10 ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ମୃତ୍ୟୁ ବୀମା ରାଶି ପ୍ରଦାନ କରାଯାଇଛି।
Article Image
ଶ୍ରୀ ଜିତେନ୍ଦ୍ର ନାୟକ ଢେଙ୍କାନାଳ ଜିଲ୍ଲା ଅଦାଲତରେ କାର୍ଯ୍ୟରତ ଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ IPPB ମାଧ୍ୟମରେ ବାର୍ଷିକ ମାତ୍ର ₹549 ପ୍ରିମିୟମ ଦେଇ ଏହି ବୀମା ଯୋଜନାରେ ସାମିଲ ହୋଇଥିଲେ। ପଲିସି ଅନୁଯାୟୀ ତାଙ୍କର ନାମିତ ବ୍ୟକ୍ତି ଶ୍ରୀମତୀ ସୁରମଣି ନାୟକଙ୍କୁ ₹10 ଲକ୍ଷ ଟଙ୍କାର ବୀମା ରାଶି ହସ୍ତାନ୍ତର କରାଯାଇଛି।
Article Image
ଏହି ଅବସରରେ ଆୟୋଜିତ ସମାରୋହରେ ଢେଙ୍କାନାଳ ଡାକ ମଣ୍ଡଳ ଅଧୀକ୍ଷକ ଶ୍ରୀ ଜମେଶ୍ୱର ଗଡନାୟକ, ସହାୟକ ଡାକ ଅଧୀକ୍ଷକ ଶ୍ରୀ ମୁକୁନ୍ଦ ଗୋଠାଇତ, IPPB ଓଡ଼ିଶା ରାଜ୍ୟ ମୁଖ୍ୟ ଶ୍ରୀ ସୁଶାନ୍ତ କୁମାର ବେହେରା, IPPB ଢେଙ୍କାନାଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ ପଣ୍ଡା, IPPB ଅନୁଗୁଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ କୁଠାଡ଼ି ଜ୍ଞାନେଶ୍ୱର, Aditya Birla Health Insurance ଓଡ଼ିଶା ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ବେହେରା ଏବଂ ତାଙ୍କ ସହଯୋଗୀ ଶ୍ରୀ ସମୀର କୁମାର ମିଶ୍ର ଉପସ୍ଥିତ ଥିଲେ। ଅତିଥିମାନେ କହିଥିଲେ ଯେ, ଅତ୍ୟନ୍ତ କମ୍ ପ୍ରିମିୟମରେ ଉପଲବ୍ଧ ଏହି ଦୁର୍ଘଟଣା ବୀମା ଯୋଜନା ଅପ୍ରତ୍ୟାଶିତ ବିପଦ ସମୟରେ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ମାତ୍ର ₹549 ବାର୍ଷିକ ପ୍ରିମିୟମରେ ₹10 ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁ ସୁରକ୍ଷା ସହ ଅନେକ ଅତିରିକ୍ତ ସୁବିଧା ମିଳୁଥିବାରୁ ଏହା ସାଧାରଣ ଲୋକଙ୍କ ପାଇଁ ଏକ ଉପଯୋଗୀ ଓ ଭରସାଯୋଗ୍ୟ ବୀମା ଯୋଜନା ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ବୀମା ଯୋଜନାରେ ଦୁର୍ଘଟଣାଜନିତ ମୃତ୍ୟୁ କଭରେଜ୍ ବ୍ୟତୀତ ଦୁର୍ଘଟଣା ପରେ ହସ୍ପିଟାଲରେ ଭର୍ତ୍ତି (In-Patient Hospitalization) ପାଇଁ ₹1 ଲକ୍ଷ ପର୍ଯ୍ୟନ୍ତ ସହାୟତା, OPD ଚିକିତ୍ସା ପାଇଁ ₹30,000 ପର୍ଯ୍ୟନ୍ତ ସୁବିଧା ଏବଂ ସନ୍ତାନଙ୍କ ଶିକ୍ଷା ପାଇଁ Child Education Benefit ଭାବେ ₹1 ଲକ୍ଷ ପର୍ଯ୍ୟନ୍ତ ସହାୟତା ଉପଲବ୍ଧ ରହିଛି। ଏହି ଯୋଜନାର ସୁବିଧା ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ନିଜ ନିକଟସ୍ଥ ଡାକଘର କିମ୍ବା India Post Payments Bank ସେବା କେନ୍ଦ୍ର ସହ ଯୋଗାଯୋଗ କରିପାରିବେ। ଏହି ବୀମା ଯୋଜନାରେ ସାମିଲ ହେବା ପାଇଁ ବୟସ ସୀମା 18ରୁ 65 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଡାକ ବିଭାଗ ଓ IPPB ପକ୍ଷରୁ ଅଧିକରୁ ଅଧିକ ଲୋକଙ୍କୁ ଏହି ସୁଲଭ ଓ ଲାଭଦାୟକ ବୀମା ଯୋଜନାର ସୁବିଧା ନେବାକୁ ଆହ୍ୱାନ କରାଯାଇଛି।
14