ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓସିଏସ୍ ପରୀକ୍ଷାରେ ବୁଗୁଡ଼ାର ସଂଘମିତ୍ରାଙ୍କ ସଫଳତା: ବିଡିଓଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ବୁଗୁଡ଼ା, 31/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି ବୁଗୁଡ଼ା ଏନଏସି ଅନ୍ତର୍ଗତ ନୂଆସାହିର ସଂଘମିତ୍ରା ପାତ୍ର। ପ୍ରକାଶିତ ପରୀକ୍ଷା ଫଳରେ ସେ ୧୮୭ ରାଙ୍କରେ ରହି କୃତକାର୍ଯ୍ୟ ହୋଇଛନ୍ତି।ସଂଘମିତ୍ରା ହେଉଛନ୍ତି ନୂଆସାହିର ଧ୍ରୁବଚରଣ ପାତ୍ର ଏବଂ ଗୀତାଞ୍ଜଳି ପାତ୍ରଙ୍କ ସୁପୁତ୍ରୀ।ବର୍ତ୍ତମାନ ସେ ଭଞ୍ଜନଗର ସିଭିଲ୍ ଜଜ୍ କୋର୍ଟ କାର୍ଯ୍ୟାଳୟରେ ଜୁନିଅର କ୍ଲର୍କ ଭାବେ କାର୍ଯ୍ୟରତ ଅଛନ୍ତି। ସରକାରୀ ଚାକିରି ଭଳି ଏକ ବ୍ୟସ୍ତବହୁଳ ଦାୟିତ୍ୱ ତୁଲାଇବା ସହିତ ନିଜର ନିଷ୍ଠା, କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଏହି ସମ୍ମାନଜନକ ପରୀକ୍ଷାରେ ବଡ଼ ସଫଳତା ସାଉଣ୍ଟିଛନ୍ତି। ତାଙ୍କର ଏହି କୃତିତ୍ୱ ଆଜିର ଯୁବପିଢ଼ି, ବିଶେଷ କରି କର୍ମଜୀବୀ ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି।ଏହି ପରୀପ୍ରେକ୍ଷୀରେ ସଂଘମିତ୍ରାଙ୍କ ଏହି ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୂତିକୃଷ୍ଣ ପାତ୍ର ସଂଘମିତ୍ରାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
11