ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡିଶା ସାମ୍ବାଦିକ ସଂଘର ବାର୍ଷିକ ସମ୍ବିଳନୀ ସମାଜ ଗଠନରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସାମ୍ବାଦିକ ମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ପାଇଁ ସରକାରୀ ସ୍ତରରେ ପ୍ରୟାସ ଲୋଡ଼ା

ଭୁବନେଶ୍ୱର, 14/02/2025, ଉତ୍କଳ voice news - utkalvoicenews.com ସମାଜ ଗଠନରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ଏଣୁ ସଠିକ ତଥ୍ୟ ପରିବେଷଣ କରିବା ଜଣେ ସାମ୍ବାଦିକର ନୈତିକ କର୍ତ୍ତବ୍ୟ, ସେହିଭଳି
Article Image
ସାମ୍ବାଦିକ ମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ପାଇଁ ସରକାରୀ ସ୍ତରରେ ପ୍ରୟାସ ଲୋଡ଼ା ବୋଲି ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ)ର ପଞ୍ଚଦଶ ବାର୍ଷିକ ସାଧାରଣ ପରିଷଦ ବୈଠକ ତଥା ବାର୍ଷିକ ସମ୍ବିଳନୀର ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସ୍କୁଲ ଏବଂ ଗଣ ଶିକ୍ଷା, ଅନୁସୂଚିତ ଜାତି ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଘରୋଇ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼.କୃଷଚନ୍ଦ୍ର ମହାପାତ୍ର ନିଜର ବକ୍ତବ୍ୟରେ କହିଛନ୍ତି. ସମ୍ମାନିତ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ ଯୋଗଦେଇ ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହାରୀ ବୋଲି କହିଥିଲେ. ଅଜେୟୁର ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପ୍ରଥମେ ପରଲୋକଗତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା. ଏହି ଉପଲକ୍ଷେ ସଂଘର ସ୍ମରଣିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା. ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ. ଦ୍ୱତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଯୋଗ ଦେଇ ମୂଲ୍ୟବୋଧ ସାମ୍ବାଦିକତା ମାଧ୍ୟମରେ ଏକ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ବୋଲି କହିଥିଲେ.
Article Image
ସମ୍ମାନିତ ଅତିଥି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଭଞ୍ଜସେନାର ଅଧ୍ୟକ୍ଷ ସଂଜୀବ କୁମାର ରାଉତ ଯୋଗଦେଇ ସାମ୍ବାଦିକ ମାନଙ୍କର ବୃତ୍ତିଗତ ଏବଂ ସାମାଜିକ ସୁରକ୍ଷା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ. ଏହି ଅବସର ରେ ବିଭିନ୍ନ ଜିଲ୍ଲା ୟୁନିଟ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଶିଷ୍ଟ ସମାଜସେବୀ ରତିକାନ୍ତ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଶେଷରେ ସଙ୍ଘର ରାଜ୍ୟ ନିର୍ବାଚନ ଅଧିକାରୀ ବିଜୟ ମିଶ୍ର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ନାମ ଘୋଷଣା କରିଥିଲେ. ରାଜ୍ୟ ସଭାପତି ଭାବରେ ଶଶୀ ଭୂଷଣ ପ୍ରହରାଜ, ଉପସଭାପତି ଭାବରେ ଦୀପକ କୁମାର ନାୟକ, ସୁଶାନ୍ତ ମହାପାତ୍ର, ରାକେଶ ଗୁପ୍ତା, ରମଣୀ ରଂଜନ ଦାଶ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ସମ୍ପାଦକ ରାଜକିଶୋର ତ୍ରିପାଠୀ, ପ୍ରମୋଦ ସେଲମା, ରାଜ୍ୟ ସଂଗଠନ ସମ୍ପାଦକ ବାଙ୍କ ବିହାରୀ ବିଶୋଇ, କୋଷାଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ, ଉତ୍ତରଞ୍ଚଳ ପ୍ରାନ୍ତୀୟ ସମ୍ପାଦକ ଭାବରେ ରଜତ କୁମାର ପଣ୍ଡା, ଦକ୍ଷିଣାଞ୍ଚଳ ପ୍ରାନ୍ତୀୟ ସମ୍ପାଦକ ସୁବ୍ରତ ଚୌଧୁରୀ, ପଶ୍ଚିମାଞ୍ଚଳ ପ୍ରାନ୍ତୀୟ ସମ୍ପାଦକ ରମାକାନ୍ତ ବିଶ୍ୱାଳ, ମହିଳା ବିଭାଗ ଆବାହିକା ଭାବରେ ବିଜୟ ଲକ୍ଷ୍ମୀ ମହାଙ୍କୁଡ ଆଗାମୀ 3ବର୍ଷ ପାଇଁ ରାଜ୍ୟ କର୍ମକର୍ତ୍ତା ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି. ଶେଷରେ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ଜିଲ୍ଲା ୟୁନିଟ ତରଫରୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା.
1