ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ବୁଗୁଡ଼ା, 31/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ଅଧିନସ୍ଥ ଭୋଟର ସୂଚୀର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି।୧୨୪-ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ବ୍ଲକର ସମସ୍ତ ବୁଥ୍ ଗୁଡ଼ିକରେ ବିଏଲ୍‌ଓ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ସର୍ଭେ ଓ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି।ପ୍ରଶାସନିକ ସୂଚନା ଅନୁଯାୟୀ, ଚଳିତ ମେ' ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ମଧ୍ୟରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଏବଂ ତ୍ରୁଟି ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯିବ।ଏହି ପରିପ୍ରେକ୍ଷୀରେ ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଥାନୀୟ ଜନସାଧାରଣଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ଗଣତନ୍ତ୍ରର ଏହି ସାମ୍ବିଧାନିକ ପ୍ରକ୍ରିୟାକୁ ସଫଳ କରିବା ପାଇଁ ସମସ୍ତ ଯୋଗ୍ୟ ମତଦାତା ସଚେତନ ହୋଇ ନିଜ ନିଜ ଅଞ୍ଚଳର ବିଏଲ୍‌ଓଙ୍କୁ ଆବଶ୍ୟକୀୟ ସୂଚନା ଓ ସଠିକ୍ ତଥ୍ୟ ପ୍ରଦାନ କରି ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।
4