ଏରସମା, 31/05/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଓଡ଼ିଶା କଳା ଓ ସଂସ୍କୃତି ପରିଷଦ ଓ ମୂର୍ଚ୍ଛନା ସହଭାଗିତାରେ ରାଜ୍ୟସ୍ତରୀୟ ଝଙ୍କଡ଼ ମହୋତ୍ସବ, ଜଗତସିଂହପୁର ଜିଲ୍ଲା ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଅଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ଶ୍ରୀଯୁକ୍ତ ବସନ୍ତ କୁମାର ଦାସ । ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଜଗତସିଂହପୁର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ମହୋଦୟ । ମୁଖ୍ୟ ଅତିଥିରୂପେ ଯୋଗଦେଇଥିଲେ ଓ.ପି. ଜି. ସି. ଏଲ୍. ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଗନ ବିହାରୀ ସ୍ୱାଇଁ । ମୁଖ୍ୟ ବକ୍ତାଭାବେ ଥିଲେ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ ଡ. ସଙ୍ଗୀତା ମିଶ୍ର, ଅଧ୍ୟାପକ ପ୍ରସନ୍ନ କୁମାର ବାରିକ୍, ଆଡଭୋକେଟ୍ ଶ୍ରୀ ବୀରନାରାୟଣ ପାତ୍ର ଓ ଡ. ଅଭୟ କୁମାର ମହାରଣା । ଏଠାରେ ଉଲ୍ଲେଖ ଯୋଗ୍ୟ , ଶ୍ରୀଯୁକ୍ତ ବିଶ୍ବାଳ ଦୀର୍ଘ ତିନି ଦଶନ୍ଧି ଧରି ସମାଜସେବା କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି| ଜନସେବା, ପରିବେଶ ସୁରକ୍ଷା ଏବଂ ପୂଜ୍ୟପୂଜା ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିବାରୁ ତାଙ୍କୁ ମର୍ଯ୍ୟାଦାସମ୍ପନ୍ନ "ବାଣୀ କ୍ଷେତ୍ର - 2026" ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶ୍ରୀଯୁକ୍ତ ବିଶ୍ବାଳଙ୍କୁ ମାନପତ୍ର, ଉତ୍ତରୀୟ ସହ ସିଲ୍ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଧିତ କରାଯାଇଥିଲା । ଏହି ସମ୍ମାନ ପ୍ରାପ୍ତି ଯୋଗୁଁ ଶ୍ରୀଯୁକ୍ତ ବିଶ୍ଵାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି|