ଏରସମା, 31/05/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ୍ ଭିତର ଅନ୍ଧାରି ପଞ୍ଚାୟତ ଅନ୍ତର୍ଗତ ଜଳଉ ଗ୍ରାମର,ଓଡିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ଅମ୍ଳାନ ଦାସଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଏହି ଉପଲକ୍ଷେ ରବିବାର ଅପରାହ୍ନରେ ଏକ ଶୋଭାଯାତ୍ରାରେ

ନୂଆଡିହି,ଦଶିପୁର,ମଲ୍ଲିପୁର,ପାଟପୁର ଓ ଜଳଉ ଗ୍ରାମ ପରିକ୍ରମା ପରେ,ସନ୍ଧ୍ୟାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ଜଳଉ ଗ୍ରାମ ଯୁବ ସମାଜ ପକ୍ଷରୁ ଆୟୋଜିତ ଆଜିର ସମ୍ବର୍ଦ୍ଧନା ସଭାରେ,ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅମ୍ଳାନଙ୍କ ସଫଳତା ଜଳଉ ଗାଁ ପାଇଁ ମାଇଲ ଖୁଣ୍ଟ ହୋଇଛି ବୋଲି କହିଥିଲେ।ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ ପିତବାସ ଗଛାୟତ,ଅବସର ପ୍ରାପ୍ତ ଶିକ୍ଷକ ଶଚ୍ଚିକାନ୍ତ ପ୍ରଧାନ,ବାସନ୍ତୀ ନାୟକ,ପ୍ରଦିପ୍ତ କିଶୋର ପରିଡା,ନିତ୍ୟାନନ୍ଦ ଦାସ,ସମିର ରଞ୍ଜନ ସ୍ଵାଇଁ,ରମେଶ ଚନ୍ଦ୍ର ବେଉରା,ସୁରେନ୍ଦ୍ର କୁମାର ପରିଡା,ବଲ୍ଲଭ ମହାପାତ୍ର ଓ ଶୁଭାଷ ଚନ୍ଦ୍ର ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ସୌମ୍ୟରଞ୍ଜନ ନାୟକ ମଞ୍ଚ ସଂଯୋଜନା ସହିତ,ସଚିତ୍ର ମହାନ୍ତି ଧନ୍ୟବାଦ ଦେଇ ଥିଲେ।ଜଳଉ ଗ୍ରାମ ବାସୀ ଓ ଯୁବ ସମାଜ ସଂଗଠନର କର୍ମକର୍ତ୍ତାମାନେ ଉତ୍ସବ ପରିଚାଳନା କରିଥିଲେ।