ପାରାଦ୍ୱୀପ, 01/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ତା - 30/05/2026 ସନ୍ଧ୍ୟା 7 ଘଟିକା ସମୟରେ ପାରାଦ୍ୱୀପ ମୁନିସିପାଲିଟି ଅଧକ୍ଷ ବସନ୍ତ ବିଶ୍ୱାଳ ଙ୍କ ଘର ଉପରକୁ ଅଜଣା ଦୁର୍ବତ ମାନେ ବୋତଲ ବୋମା ମାଡ କରିଥିବା ଦେଖିବାକୁ ମିଳିଛି. 3 ଜଣ ଅଜଣା ଦୁର୍ବୁତ୍ତ ଏକ ମୋଟର ସାଇକେଲ ଆସି ବସନ୍ତ ବିଶ୍ୱାଳ ଘର ନ ଥିଲା ବେଳେ ତାଙ୍କ ଘର ଉପରକୁ 3 ଟି ବୋତଲ ବୋମା ଫୋପାଡ଼ି ଥିବା ବେଳେ ସେଥିରୁ 2 ଟି ଫୁଟି ଥିଲା ଏବଂ ଆଉ ଗୋଟେ ଫୁଟି ନ ଥିବା ଦେଖିବାକୁ ମିଳିଛି.ଏହି ବୋମା ଫୋପାଡ଼ି ବାର କାରଣ ଏବେ ବି ଅସ୍ପଟ ରହିଛି. କିଏ କଣ ପାଇଁ ଏ ସବୁ କାଣ୍ଡ ଘଟା ଇଛି ତାହା ଜଣା ପଡ଼ିନାହିଁ. ଏ ବାବଦରେ ପାରାଦ୍ୱୀପ ମଡେଲ ଥାନାରେ ଲିଖିତ ଅଭିଯୋଗ ହେଲା ପରେ ପୋଲିସ ତତ୍ପର ଦେଖେଇବା ସହ ଆସାମୀ ମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ କରିଥିବା ଦେଖିବାକୁ ମିଳିଛି. ପାରାଦ୍ୱୀପ ରେ ପ୍ରଶାସନ ଏତେ କଡା କଡ଼ି ଥିବା ବେଳେ ଏଭଳି କାଣ୍ଡ କିଏ ଘଟାଇଲା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି. ଯାହାକି ପାରାଦ୍ୱୀପ ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି ହୋଇଛି. ଏହି ସବୁ କାର୍ଯ୍ୟକୁ ସବୁ ମହଲରୁ ନିନ୍ଦା କରାଯାଇଥିବା ଦେଖିବାକୁ ମିଳିଛି. ଯଦି ଦୋଷୀ ଧରା ନ ପଡନ୍ତି ତାହେଲେ ବିଜେଡି ରାଜ ରାସ୍ତାକୁ ଓଲେହିବ ବୋଲି ବିଜେଡି ନେତା ମାନେ ରୋକଠୋକ ତାଙ୍କ ମନ୍ତବ୍ୟରେ କହିଛନ୍ତି. ଦେଖାଯାଉ ଆଗକୁ କଣ ହେଉଛି ପାରାଦ୍ୱୀପ ପୋଲିସ ଏ ଦିଗରେ କଣ ପଦକ୍ଷପ ନେଉଛି ତାହା ଦେଖିବାକୁ ବାକି ରହିଲା. ପାରାଦ୍ୱୀପ ରୂ ଆଶିଷ ପରିଡା ଙ୍କ ରିପୋର୍ଟ ଏକ୍ସପ୍ରେସ ଓଡିଶା.
