ଏରସମା, 01/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ବିଜୁଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଛି। ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକଙ୍କ ଏରସମା ସ୍ଥିତ କାର୍ଯ୍ୟଳୟରେ ଏରସମା ବ୍ଲକର ୨୫ ଗୋଟି ପଞ୍ଚାୟତର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଚୟନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚାରୋଟି ଜୋନର ପର୍ଯ୍ୟବେକ୍ଷକ ଚୟନ କରାଯାଇଥିଲା ପ୍ରତ୍ୟେକ ପଞ୍ଚାୟତ ବିଜୁଜନତା ଦଳର ସଭାପତିଙ୍କ ସହିତ ପର୍ଯ୍ୟବେକ୍ଷକ ମାନେ ଯୋଗଦେଇ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଚୟନ କରାଯିବା ପାଇଁ ସ୍ଥିର କରାଯାଇଥିଲା।ଆଜି ଚାରି ନଂ ଜୋନର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଲୋକନାଥ ରାଉତଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଏରସମା ବ୍ଲକ ଚଟୁଆ ପଞ୍ଚାୟତ ବିଜୁଜନତା ଦଳର କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗନ୍ନାଥପୁର ମା "ସାତ ଭଉଣୀ ମନ୍ଦିର ପ୍ରାଙ୍ଗଣରେ ଚଟୁଆ ପଞ୍ଚାୟତ ବିଜୁଜନତା ଦଳର ସଭାପତି ସଞ୍ଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଚଟୁଆ ପଞ୍ଚାୟତର ପନ୍ଦର ଗୋଟି ଗ୍ରାମର ସମସ୍ତ ବିଜୁଜନତା ଦଳର କର୍ମୀମାନଙ୍କ ଉପସ୍ଥିତିରେ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା। ଚଟୁଆ ପଞ୍ଚାୟତ ବିଜୁଜନତା ଦଳର ଉପସଭାପତି ଭାବେ ପ୍ରଶାନ୍ତ କୁମାର ସ୍ୱାଇଁ, ଅକ୍ଷୟ କୁମାର ସ୍ୱାଇଁ ଓ ସଂପାଦକ ଭାବେ ସୁରେନ୍ଦ୍ର ନାଥ ସ୍ୱାଇଁଙ୍କ ନାମ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ନକୁଳ ନାୟକ, ବିଭୁତି ଭୂଷଣ ମିଶ୍ର, ବସନ୍ତ ନାୟକ, ବିଭୁରଞ୍ଜନ ଦାଶ,ଗୈ।ରହରୀ ପାତ୍ର, ଗୋବିନ୍ଦ ସ୍ୱାଇଁଙ୍କ ନାମ ଚୟନ କରାଯାଇଛି। ସେହିପରି ଯୁବ ସଭାପତି ଦେବଦତ୍ତ ସାହାଣୀ ଓ କୋଡିନେଟର ଭାବେ ମାନସ କୁମାର ନାୟକଙ୍କ ନାମ ଚୟନ କରାଯାଇଥିଲା। ଛାତ୍ର ସଭାପତି ଭାବେ ଅମର ନାୟକ ଓ କୋଡିନେଟର ଭାବେ ନିବୁଲ୍ ପରିଡାଙ୍କ ନାମ ଚୟନ କରାଯାଇଛି।ପର୍ଯ୍ୟବେକ୍ଷକ ଲୋକନାଥ ରାଉତ ଏବଂ ପଞ୍ଚାୟତ ବିଜୁଜନତା ଦଳର ସଭାପତି ସଞ୍ଜୟ କୁମାର ମହାନ୍ତିଙ୍କ ଉପସ୍ଥିତିରେ ସମସ୍ତ ଚୟନ ପ୍ରକ୍ରିୟା ଶେଷ ହୋଇଥିଲା।
