ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆପ୍ ର ସଦସ୍ୟତା ଅଭିଯାନ ଆରମ୍ଭ, ଜୁନ୍୧ ରୁ ଜୁନ୍ ୧୦ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଚାଲିବ

ଢେଙ୍କାନାଳ, 02/06/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :* ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ସଦସ୍ୟତା ଅଭିଯାନ ଆଜିଠୁ ଆରମ୍ଭ ହୋଇଯାଇଛି। କାମର ରାଜନୀତିର ଏହି ଅଭିଯାନ ଜୁନ ୧ ରୁ ୧୦ ପର୍ଯ୍ୟନ୍ତ ଚାଲିବ। ଆପ୍ ରେ "ଯୋଡ଼ି ହୁଅନ୍ତୁ, ପରିବର୍ତ୍ତନ କରନ୍ତୁ ଏବଂ ନିର୍ମାଣ କରନ୍ତୁ ନୂଆ ଓଡ଼ିଶା" ର ନାରା ଦେଇ ଆପ୍ ର କର୍ମୀମାନେ ଜିଲ୍ଲାର ଚାରୋଟି ନିର୍ବାଚନ
Article Image
ମଣ୍ଡଳୀର ପ୍ରତ୍ୟେକ ସହରର ୱାର୍ଡ କୁ ୱାର୍ଡ ଓ ପଞ୍ଚାୟତର ଗାଁ କୁ ଗାଁ ବୁଲି ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ ଏବଂ ସ୍ୱାଧୀନତାର ଏହି ଦ୍ୱିତୀୟ ଲଢ଼େଇରେ ସାମିଲ ହେବାପାଇଁ ଆହ୍ୱାନ କରିବେ। ଆମେ କାହିଁକି ଲଢ଼ୁଛେ ? ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ପାଇଁ, ସର୍ବୋପରି ଶିକ୍ଷା, ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟସେବା ପାଇଁ, ଶିକ୍ଷିତ ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇ ଦେବାପାଇଁ, ମହିଳା ମାନଙ୍କୁ ସଶକ୍ତି କରିବା ଏବଂ କୃଷକ ମାନଙ୍କ କଲ୍ୟାଣ ଭଳି ପ୍ରସଙ୍ଗକୁ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇ ଦଳରେ ଯୋଡିବା। ଦଳରେ ଯୋଗ ଦେବାକୁ ଇଚ୍ଛୁକ ବ୍ୟକ୍ତି ମାନଙ୍କ ପାଇଁ ଏକ ମିସ୍ କଲ୍ ନମ୍ବର ୯୯୩୮୭୧୦୧୦୧ ଜାରି କରାଯାଇଛି ଏବଂ ପାର୍ଟିର ୱେବ୍ ସାଇଟ୍ www.aapodisha.org କୁ ଯାଇ ମଧ୍ୟ ନିଜ ନାମ, ମୋବାଇଲ୍ ନମ୍ବର ଓ ଜିଲ୍ଲା ନାମ ପଞ୍ଜିକରଣ କରି ସଭ୍ୟ ହୋଇ ପାରିବେ। ପ୍ରାରମ୍ଭରେ ଆଜି ଏହି ସଦସ୍ୟତା ଅଭିଯାନ ସ୍ଥାନୀୟ ଜିଲ୍ଲା କୋର୍ଟ ଛକ, ମହାବୀର ବଜାର ଛକ ଏବଂ ଓଡାପଡ଼ା ବ୍ଲକ ଗୁଣ୍ଡିଚାପଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରମେଶ ଚନ୍ଦ୍ର ପଣ୍ଡା, ଲୋକସଭା ସଭାପତି ପଙ୍କଜ ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ନିରଞ୍ଜନ ପତି, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ, ସଦର ବିଧାନସଭା ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ କୁମାର ଦାସ, ଓଡାପଡ଼ା ବ୍ଲକ ସଭାପତି ଇଂ ପିତାମ୍ବର ଦାସ, ପ୍ରସନ୍ନ ବରାଳ, ସଦସ୍ୟ ଜୟନ୍ତ ଦାସ, ଯୁଧିଷ୍ଟିର ଦାସ, ପୀତାମ୍ବର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।
3