ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଧ୍ୟାପକ ଅଶୋକ କୁମାର ସ୍ୱାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଲିକୁଦା, 02/06/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :* ୧!୬: ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ପଞ୍ଚାୟତସ୍ଥିତ ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ସୁନାମଧନ୍ୟ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁଙ୍କ ଅବସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷା ଲତିକା ଷଡ଼ଙ୍ଗୀ ଅଧ୍ୟକ୍ଷତା କରି ଶ୍ରୀ ସ୍ୱାଇଁଙ୍କ କର୍ମମୟ ଜୀବନ ସମ୍ପର୍କରେ ଗୁଣଗାନ କରିଥିଲେ । ଶ୍ରୀ ସ୍ୱାଇଁ ଉକ୍ତ ବିଦ୍ୟାଳୟରେ ଇତିହାସ ଅଧ୍ୟାପକ ଭାବେ ୩୫ ବର୍ଷ ସମର୍ପିତ କରିଥିଲେ । ସଭା ପରିଚାଳନା କରି ଅଧ୍ୟାପକ ଡକ୍ଟର ଅକ୍ଷୟ କୁମାର ଜେନା ଶ୍ରୀ ସ୍ୱାଇଁଙ୍କୁ ଏକ ଅନୁଷ୍ଠାନ ସହିତ ତୁଳନା କରିଥିଲେ । ଉକ୍ତ
Article Image
ସଭାରେ ଅଧ୍ୟାପକ ଅଜୟ କୁମାର ଭୋଳ, ଡ଼ ଅକ୍ଷୟ କୁମାର ଜେନା, ପ୍ରଶାନ୍ତ କୁମାର ବେହେରା, ଶିଶିର କୁମାର ଦାଶ, ଦିଲ୍ଲୀପ ନନ୍ଦ, ଦିଲ୍ଲୀପ କୁମାର ମହାନ୍ତି, ଜଗନ୍ନାଥ ରାଉଳ, ବସନ୍ତ କୁମାର ସ୍ୱାଇଁ,ପ୍ରବୀର କୁମାର ସ୍ୱାଇଁ,ବିଘ୍ନ ରାଜ ନାୟକ,ଚିତ୍ତରଞ୍ଜନ ବେହେରା,ବିଚିତ୍ରା ନନ୍ଦ ସାହୁ,ଜଗନ୍ନାଥ ରାଉଳ, ସୁବାସ ଚନ୍ଦ୍ର ପରିଡା,ମନୋଜ କୁମାର ଦାସ, ବିଶ୍ଵଜିତ ବିଶ୍ୱାଳ,ତରକେଶ୍ୱର ମହାନ୍ତି,ମୁରଲୀଧର ସେଠୀ, ପତିତପାବନ ବାରିକ,ବିଜୟ କୁମାର ସେଠୀ,ଚରଣୀ ଦାସ,କ୍ଷୀରୋଦ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସ୍ୱାଇଁଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ, ଉତ୍ତରୀୟ, ଉପଢୌକନ ପ୍ରଦାନ କରି ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଶ୍ରୀ ସ୍ୱାଇଁ ଭାବବିହ୍ବଳ ହୋଇ ଅନୁଷ୍ଠାନ ପ୍ରତି ତାଙ୍କର ଚିର ଆନ୍ତରିକତା ପ୍ରଦର୍ଶନ ସହିତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
2