ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ରଜ ମହୋତ୍ସବ ୨୦୨୬ ଉଦଘାଟିତ

ଏରସମା, 02/06/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜୁନ ୧, ସୋମବାର ସନ୍ଧ୍ୟାରେ ଏରସମା ରଜ ମହୋତ୍ସବ କମିଟି ପକ୍ଷରୁ ୧୪ ତମ ବାର୍ଷିକ ରଜ ମହୋତ୍ସବ ଉତ୍ସବ ଏରସମା ଦେବୀ ଦୋଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ନିରାକାର ସ୍ୱ।ଇଁଙ୍କ ତତ୍ତ୍ଵାବଧାନରେ ଏରସମା ରଜ ମହୋତ୍ସବ କମିଟିର ସଦସ୍ୟ ମାନେ ଭାଇଚାରା ବଜାୟ ରଖିବା ସହିତ ଦୀର୍ଘ ୧୫ବର୍ଷ ଧରି ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରୁଛନ୍ତିି। ଆଜିର ପ୍ରଥମ ଦିବସରେ ଆୟୋଜିତ ରଜ ମହୋତ୍ସବକୁ ପ୍ରଥମ ସନ୍ଧ୍ୟା ରେ ମୁଖ୍ୟ ଅତିଥ୍ ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାଶ ଉଦ୍ଘାଟନ କରିଥିଲେ।ଏହି ଉଦ୍ଘାଟିତ ଦିବସରେ ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଦିଲ୍ଲୀପ ବିଶୋୟି,ସମ୍ମାନନୀୟ ଅତିଥ୍‌ ଭୁବନେଶ୍ୱର ର କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ,ଗୀତା ବିଶାରଦ ଶ୍ରୀଯୁକ୍ତ ଧୀରେନ୍ଦ୍ର ବେହେରା,ସମାଜସେବୀଡ. ଶଶାଙ୍କ ଶେଖର ସାହାଣୀ, ଶ୍ରୀଯୁକ୍ତ ଧୀରେନ୍ଦ୍ର ଚୌଧୁରୀ,ଶ୍ରୀଯୁକ୍ତ ନିର୍ଲିପ୍ତ ଜେନା,ଶ୍ରୀଯୁକ୍ତ ସୁମନ କୁମାର ଖଟୁଆ,ଗ୍ରାମ୍ଯ କମିଟି ଏରସମା ର ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାକର ପଣ୍ଡା,ଶ୍ରୀଯୁକ୍ତ ଉମାକାନ୍ତ ତରାଇ ପ୍ରଭୃତି ଉପସ୍ଥିତ ଥିଲେ।ଏହି ରଜ ମହୋତ୍ସବ ଆଜିର ଦିନରେ ୧୫ ବର୍ଷ ରେ ପଦାର୍ପଣ କରିଅଛି।ରଜ ମହୋତ୍ସବ କମିଟି ତରଫରୁ ଏରସମା ବ୍ଲକ ର ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ "ବାଜିଗର ମ୍ୟାଜିକ ସୋ" ମ୍ୟାଜିକ ସିଆନ୍ ରଶ୍ମି ରଂଜନ ଦାସଙ୍କ ଦ୍ଵାରା ଚମକ୍ତକାର୍ "ମ୍ୟାଜିକ ସୋ" କରାଯାଇଥିଲା।
Article Image
4