ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଙ୍ଗଲ ଜମି ଅଛି କିନ୍ତୁ ଜଙ୍ଗଲ ନାହିଁ ,ବନ ସୁରକ୍ଷା ଗୃହ ଅଛି ହେଲେ ବନ ନାହିଁ ।

ଏରସମା, 02/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ସରକାର ଙ୍କ ତହବିଲ ରୁ ସିଧା ସଳଖ ପଚିଶ ଲକ୍ଷ ଟଙ୍କା ଏକବର୍ଷ ହେବ ପାଣିରେ ପଡିଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏରସମା ବ୍ଲକ ଗଡକୁଜଙ୍ଗ ପଂଚାୟତରେ ।ଗଡ଼କୁଜଙ୍ଗ ପଞ୍ଚାୟତ ର ରାଜସ୍ବ ଗ୍ରାମ ଭୂୟାଁ ପାଳ, ପୋଲାଙ୍ଗ ଓ ବାୟାନଳ ଗ୍ରାମରେ ଗତ ଏକ ବର୍ଷ ତଳେ ଏରସମା ବ୍ଲକ ପକ୍ଷରୁ ତିନୋଟି ବନ ସୁରକ୍ଷା ସମିତି ଗୃହ ଜଙ୍ଗଲ ଜମି ରେ ନିର୍ମାଣ କରାଯାଇଛି ।ଗୋଟିଏ ଗୃହ ର ବେୟ ଅଟକଳ ପାଖା ପାଖି ଆଠ ଲକ୍ଷ ରହିଥିବା ବେଳେ ତିନୋଟି ଘରେ ପଚିଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।ନିର୍ମାଣ ହୋଇଥିବା ବନ ସୁରକ୍ଷା ସମିତି ଗୃହ ଉଦେଶ୍ୟ ଉକ୍ତ ଅଞ୍ଚଳ ରେ ଥିବା ଜଙ୍ଗଲ ର ସୁରକ୍ଷା ଓ ଗଠିତ ସମିତିର ବୈଠକ,ସଚେତନତା କାର୍ଯ୍ୟକ୍ରମ ଆଦି ଏହି ଗୃହରେ କରାଯିବ ।ଯେଉଁ ଗଡ଼କୁଜଙ୍ଗ ପଞ୍ଚାୟତ ର ଭୂୟାଁ ପାଳ ,ପୋଲାଙ୍ଗ ଓ ବାୟାନାଳ ମୌଜା ରହିଛି ସେହି ଅଞ୍ଚଳ ରେ ଜଙ୍ଗଲ ଜମି ଅଛି କିନ୍ତୁ ଜଙ୍ଗଲ ନାହିଁ ।ଏହି ଜମି ବିଭିନ୍ନ ଲୋକଙ୍କ ଜବର ଦଖଲ ରେ ରହିଛି ।ତାହେଲେ ଯଦି ଜଙ୍ଗଲ ନାହିଁ ତେବେ ଲକ୍ଷାଧିକ ଟଙ୍କା ବେୟରେ କାହିଁକି ତିନୋଟି ବନ ସୁରକ୍ଷା ସମିତି ଗୃହ ନିର୍ମାଣ କରାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।ଉକ୍ତ ଗୃହ ଏକ ବର୍ଷ ହେବ ନିର୍ମାଣ ଶେଷ ହୋଇଥିଲା ବେଳେ ଏରସମା ବ୍ଲକ ପ୍ରଶାସନ ପକ୍ଷରୁ ବନ ବିଭାଗ କୁ ହସ୍ତାନ୍ତର ନ ହେବା ଯୋଗୁ ଏହି ଗୃହ ରେ ଲାଗିଥିବା ବିଦୂତ ସରଞ୍ଜାମ ,ପାଣି ସପ୍ଲାଇ ସରଞ୍ଜାମ ଆଦି ଚୋରୀ ହୋଇଯାଇଥିବା ଜଣାପଡିଛି ।ଗଡକୁଜଙ୍ଗ ପଞ୍ଚାୟତ ର ଉକ୍ତ ଅଞ୍ଚଳରେ ମହାବାତ୍ୟା ପରଠାରୁ ଜଙ୍ଗଲ ନ ଥିବା ବେଳେ କାହିଁକି,କେଉଁ ଉଦ୍ଧେଶ୍ୟରେ ଏହି ବନ ସୁରକ୍ଷା ଗୃହ ନିର୍ମାଣ କରାଯାଇଛି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏହିଗୃହ ବନ ବିଭାଗ କୁ ହସ୍ତାନ୍ତର ନ କରି ଅନ୍ୟ କାମରେ ଲାଗୁଥିବା ଅଭିଯୋଗ ହେଉଛି ।କାହିଁକି ଏ ଗୃହ ନିର୍ମାଣ କରାଯାଇଛି ବନ ବିଭାଗ ଅଜ୍ଞ ଥିଲାବେଳେ ସିଧାସଳଖ ସରକାରୀ ତହବିଲ ରୁ ପଚିଶ ଲକ୍ଷ ଟଙ୍କା ପାଣିରେ ପଡିଥିବା ଅଭିଯୋଗ ହୋଇଛି ।
11