ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟେଣ୍ଡର ଚୂଡାନ୍ତ ପୂର୍ବରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କୁ ନେଇ ଆଙ୍ଗୁଠି ଉଠାଇଲା କଂଗ୍ରେସ

ଜଗତସିଂହପୁର, 03/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଟେଣ୍ଡର ଚୂଡ଼ାନ୍ତ ହେବା ପୂର୍ବରୁ ଦୁଇଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅଧା ହୋଇ ଗଲାଣି । ଏପରି ଅଭିଯୋଗ ଆଣିଛି ଜଗତସିଂହପୁର ଜିଲ୍ଲା କଂଗ୍ରେସ । ଜିଲ୍ଲା କଂଗ୍ରେସ ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କୁ ଦରଖାସ୍ତ କରିବା ସହ ଘଟଣାର ଅନୁଧ୍ୟାନ ନିମନ୍ତେ ନିବେଦନ ଜଣାଇଛନ୍ତି।କେତେକ କ୍ଷେତ୍ରରେ ତେବେ ଟେଣ୍ଡର ପେପର୍ ଖୋଲଯିବା ପୂର୍ବରୁ ଉକ୍ତ ନିର୍ମାଣ କାର୍ଯ୍ୟ କିଭଳି ସମ୍ପାଦିତ ହୋଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଗତସିଂହପୁର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପାରମ୍ପରିକ ମନ୍ଦିର ସ୍ଥାପତ୍ୟ ଶୈଳୀରେ ସଅଁରା ଛକରେ ଏକ ପ୍ରବେଶ ଦ୍ୱାର ନିର୍ମାଣ କରାଯାଇଛି । ସେହିପରି ଅନୁରୂପ ଭାବେ କଟକ-ପାରାଦ୍ୱୀପ ରାସ୍ତା ର୍ କଣ୍ଟୁଆର ଛକରେ ଅଳଙ୍କାରିତ ସ୍ୱାଗତ ତ୍ୱରଣ ନିର୍ମାଣ ହୋଇଛି । ତେବେ ଏହାକୁ ବିରୋଧ ଜଗତସିଂହପୁର ଜିଲ୍ଲା କଂଗ୍ରେସ ବିରୋଧ କରିଥିବା ବେଳେ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅଭିଯୋଗ ମୁତାବକ, ୨୦୨୬-୨୭ ବର୍ଷ ପାଇଁ 49 ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲାର ସଅଁରା ଛକରେ ପାରମ୍ପରିକ ମନ୍ଦିର ସ୍ଥାପତ୍ୟ ଶୈଳୀରେ ଏକ ପ୍ରବେଶ ଦ୍ଵାର ନିର୍ମାଣ କରାଯାଇଛି। ଅନୁରୂପ ଭାବେ କଟକ-ପାରାଦୀପ ରାସ୍ତାର କଣ୍ଟୁଆର ଛକରେ ଅଳଙ୍କାରିକ ସ୍ଵାଗତ ତ୍ଵରଣ ନିର୍ମାଣ ହୋଇଛି । ତେବେ ଉକ୍ତ ପ୍ରକଳ୍ପ ନିର୍ମାଣ ନିମନ୍ତେ ପୂର୍ଭ ବିଭାଗ ପକ୍ଷରୁ ଚଳିତ ବର୍ଷ ମେ’ ୨୬ ତାରିଖରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ମେ' ୧ତାରିଖରେ ଟେଣ୍ଡର ପେପର୍ ଦାଖଲର ଶେଷ ସମୟ ରହିଥିଲା ବେଳେ ଆଜି ଟେଣ୍ଡର ଖୋଲଯିବା ପାଇଁ ତାରିଖ ସ୍ଥିର ହୋଇଥିଲା । ଏଣେ କିନ୍ତୁ ଉକ୍ତ ଦୁଇ ପ୍ରକଳ୍ପ ନିର୍ମାଣର କାମ ଆରମ୍ଭ ହୋଇସାରିଛି । ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ଏହି ଉପାୟକୁ ପୂର୍ଭ ବିଭାଗ ଅବଲମ୍ବନ କରିଥିବାର ଅଭିଯୋଗ ହେଉଛି । ଏହା ସହିତ ଏହାର ଭିଜିଲାନ୍ସ ପକ୍ଷରୁ ତଦନ୍ତ ଦାବି କରିଛି କଂଗ୍ରେସ ।ଆରପଟେ ଏ ବାବଦରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପ୍ରିଣ୍ଟିଂ ଜନିତ ତ୍ରୁଟି ଯୋଗୁ ଏପରି ହୋଇଛି ବୋଲି କହିବା ସହ ଏହି ଟେଣ୍ଡର କୁ ବାତିଲ କରି ଦିଆଯାଇଛି ବୋଲି ସେ କହିଛନ୍ତି ଏବଂ ଖୁବ ଶୀଘ୍ର ଟେଣ୍ଡର ଫଳକ ଲଗାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ।
11